ବାତ୍ୟା ମୋଁଥାର ତାଣ୍ଡବ ରୂପବାତ୍ୟା ମୋଁଥାର ତାଣ୍ଡବ ରୂପ

ବାତ୍ୟା ମୋଁଥାର ତାଣ୍ଡବ ରୂପ

ଗଜପତି ତା 28/10/25 ରିଖ(ମନୋଜ ପାଢୀ) ମଙ୍ଗଳବାର ଦିନ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ ଠାରେ ବାତ୍ୟା ମୋଁଥାର ତାଣ୍ଡବ ରୂପ ଦେଖିବାକୁ ମିଳିଛି |ଗତ ରାତି 2 ଟା ଠାରୁ ଅଦ୍ୟାବଧି ତୁହାକୁ ତୁହା ବର୍ଷା ହେବାରେ ଲାଗିବା ସହ ମହେନ୍ଦ୍ରଗଡ଼ ଶଙ୍ଖ ନଦୀ ଠାରେ ବୁଢାଝର ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି | ଧାନ ବିଲ ଗୁଡିକ ପାଣି ଜମା ହୋଇ ଧାନ ଗଛଗୁଡିକ ଶୋଇପଡିଛି | ଚାଷୀକୁଳ ଚିନ୍ତାରେ ଅଛନ୍ତି | ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିବା ଏକ ବିଶାଳକାୟ ଗଛ ପଞ୍ଚାୟତଅଫିସର କାନ୍ଥ ଓ ଗେଟ ଉପରେ ପଡି ସାମାନ୍ୟ ଭାଙ୍ଗିଯାଇଛି | ଖବର ପାଇ ରା ଉଦୟଗିରି ଅଗ୍ନିଶମ ବାହିନୀ ପହଂଚି ଗଛ କାଟି ରାସ୍ତା ସଫା କରିବାରେ ଲାଗିପଡ଼ିଛନ୍ତି |ଯଦି ଏଭଳି ବର୍ଷା ଲାଗିରହେ ତାହାହେଲେ ବହୁତ କ୍ଷୟ କ୍ଷତି ହେବାର ସମ୍ଭାବନା ରହିଛି ।

By admin

Leave a Reply

Your email address will not be published. Required fields are marked *