ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉପ ଜିଲ୍ଲାପାଳଙ୍କ ବୈଠକସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉପ ଜିଲ୍ଲାପାଳଙ୍କ ବୈଠକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉପ ଜିଲ୍ଲାପାଳଙ୍କ ବୈଠକ

ଗଜପତି (ମନୋଜ ପାଢୀ)ଆସନ୍ତା ୨୭ରେ ବାତ୍ୟା ମୋନ୍ଥା ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ରବିବାର ମୋହନା ବ୍ଲକ ସମ୍ମିଳନୀ କକ୍ଷରେ ନୋଡାଲ ଅଧିକାରୀ ତଥା ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ବାତ୍ୟା ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିବେ ସେନେଇ ସମୀକ୍ଷା କରିଛନ୍ତି।ଏହି ବୈଠକରେ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ଚକ୍ରଧର ପାଢ଼ୀ, ଅଗ୍ନିଶମ ବାହିନୀ ର ଅଧିକାରୀ ପଙ୍କଜ କୁମାର ମହାନ୍ତି, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ସିଡିପିଓ ସବିତା ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l ପାହାଡିଆ ଅଞ୍ଚଳରେ ଥିବା ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଅଣାଯାଇ ସୁରକ୍ଷିତ ଭାବେ ଥାଇଥାନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହା ସହ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଉପ ଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି l ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ପ୍ରସ୍ତୁତ କରାଯାଇଛି l ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଉଛି l ରବିବାର ସନ୍ଧ୍ୟା ସୁଦ୍ଧା କିଛି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୬୫ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉଥିବା ଉପ ଜିଲ୍ଲାପାଳ କହିଛନ୍ତି l ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଭୂସ୍ଖଳନ ପ୍ରଭାଵିତ ଅଞ୍ଚଳରେ ଲୋକେ କିଭଳି ସତର୍କତା ଅବଲମ୍ବନ କରିବେ ଏବଂ ସୁରକ୍ଷିତ ରହିବେ ସେ ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି l

By admin

Leave a Reply

Your email address will not be published. Required fields are marked *