ଉଦବୋଧାନୀ:- ବିବେକାନନ୍ଦ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ ପାଢ) ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ଉଦବୋଧନୀ – ବିବେକାନନ୍ଦ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଲକ୍ଷ୍ୟ ହାସଲ କରିବା ସହ ଦେଶ ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରବର୍ତ୍ତାଇ ଥିଲେ |ଏହି କାର୍ଯ୍ୟକ୍ରମଟିକୁ ଲୋକ ସଂସଦର ଉଦବୋଧନୀ ପରିଷଦର ଜିଲ୍ଳା ଅଧ୍ୟକ୍ଷ ଡ଼: ବିପ୍ଳବ ରଞ୍ଜନ ପ୍ରଧାନ , ଓଡ଼ିଆ ବିଭାଗୀୟ ମୁଖ୍ୟଙ୍କ ସଂଯୋଜନାରେ ଉପାନ୍ତ-ପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର’ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପ୍ରଫେସର ରାଧାକାନ୍ତ ଭୂୟାଁ ଓ ମୁଖ୍ୟବକ୍ତା ଭାବେ ଡ଼ଃ ଜିତେନ୍ଦ୍ର ନାଥ ପଟନାୟକ ଉପସ୍ଥିତ ରହି ଯୁବ ସମାଜ’ଙ୍କୁ ଉଦବୋଧିତ କରିଥିଲେ |ଅତିଥି ବୃନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଭକ୍ତି , ଦେଶଭକ୍ତି , ଧର୍ମମାର୍ଗ ଓ ଉଚିତ କର୍ମମାର୍ଗ’ରେ ଯାଇ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପ୍ରେରଣା ଦେଇଥିଲେ | ଶ୍ରୀ ଅର୍ଜୁନ ଜେନା , ଅତିଥି ଅଧ୍ୟାପକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସୁଶ୍ରୀ ଶ୍ୱେତା ପଟନାୟକ , ଅତିଥି ଅଧ୍ୟାପିକା ଧନ୍ୟବାଦ ଅର୍ପଣ କରିଥଲେ |ଛାତ୍ରୀ ସ୍ନେହା ବେହେରା ସ୍ୱଦେଶବାଣୀ ପଠନ କରିଥିବା ବେଳେ ଅନ୍ୟ ଜନ ଛାତ୍ରୀ ରାଜେଶ୍ୱରୀ ସ୍ୱାଇଁ ଓ ଅନ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ , ଗଜପତି ଓ ରାଜ୍ୟ ଶାଖାର ଆଜୀବନ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ |
ଉଦବୋଧାନୀ:- ବିବେକାନନ୍ଦ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ । 