ବଡଡାକ୍ତରଖାନାକୁ ଶରୀର ଦାନ

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ରେଶମ ନଗରୀ ବ୍ରହ୍ମପୁର ସହରର ଶାନ୍ତି ନଗର ଅଞ୍ଚଳର କେ ଭାଗ୍ୟ ଲକ୍ଷ୍ମୀ ନାମ୍ନୀ ଜଣେ ମହିଳାଙ୍କର ଗତକାଲି ରାତିରେ ବିୟୋଗ ହୋଇଥିଲା। ଏହି ଭଳି ପରିସ୍ଥିତିରେ ସୁଦୁର ବାଙ୍ଗାଲୋରରେ ରହୁଥିବା ତାଙ୍କର ଦୁଇ ଭଉଣୀ ଙ୍କ ସହମତି କ୍ରମେ ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଙ୍ଗଠନ ଓ ଫ୍ରେଣ୍ଡସ ହେଲପିଂ ସଙ୍ଗଠନ ପକ୍ଷରୁ ବଡଡାକ୍ତରଖାନାର ଆନାଟମି ବିଭାଗ କୁ ମୃତ ଭାଗ୍ୟ ଲକ୍ଷ୍ମୀ ଙ୍କ ମରଶରୀରକୁ ଦାନ କରାଯାଇଛି ଓ ବିଭାଗୀୟ ପ୍ରଫେସର ଡ଼ଃ ଜେ ସାଗର ପୃଷ୍ଟିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ଉକ୍ତ ସଙ୍ଗଠନର ବହୁ କର୍ମକର୍ତ୍ତା ଓ ବଂଧୁ ବାନ୍ଧବ ଓ ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ଏହି ଭଳି ଶରୀର ଦାନ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କର ହୋଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *