ବିନିକା: ୪ ଲକ୍ଷରୁ ଅଧିକ ଜାଲ୍ ନୋଟ୍ ଜବତବିନିକା ଥାନା ପୋଲିସ୍ ଦ୍ୱାରା ଚାଲିଥିବା ବିଶେଷ ଅଭିଯାନରେ ଚାରି ଲକ୍ଷ ଟଙ୍କାରୁ ଅଧିକ ଜାଲ୍ ନୋଟ୍ ଜବତ ହୋଇଛି।ସମସ୍ତ ଜବତ ହୋଇଥିବା ନୋଟ୍ ୫୦୦ ଟଙ୍କିଆ ମୂଲ୍ୟର।ଏହି ଘଟଣା ସହିତ ଜଡିତ ଥିବା ୩ ଜଣକୁ ପୋଲିସ୍ ଗିରଫ କରିଛି ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।ଜିଲ୍ଲା ପୁଲିସ୍ ସୁପରିଣ୍ଡେଣ୍ଡେଣ୍ଟ (SP)ଙ୍କ ତଥ୍ୟ ଅନୁଯାୟୀ, ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ୍ ଆଗରୁ ମାର୍କେଟରେ ଛାଡ଼ାଯାଇଥିଲା।ପୋଲିସ୍ ମାମଲା ରଜିଷ୍ଟର କରି ତଦନ୍ତ ଜାରି ରଖିଛି।

