ନୁଆଗଡ ବ୍ଳକରେ ସମିତି ବୈଠକ ଅନୁଷ୍ଠିତ ।ନୁଆଗଡ ବ୍ଳକରେ ସମିତି ବୈଠକ ଅନୁଷ୍ଠିତ ।

ନୁଆଗଡ ବ୍ଳକରେ ସମିତି ବୈଠକ ଅନୁଷ୍ଠିତ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ପଞ୍ଚାୟତ ସମିତି ବୈଠକ ଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନ ଅଧ୍ୟକ୍ଷତାରେ କରିଥିଲେ । ଏଥିରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହି ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦେଇଥିଲେ । ପ୍ରଥମେ ବୈଠକର ବିବରଣୀ ପାଠ କରାଯିବା ପରେ ପୂର୍ବରୁ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଗତ ୨ ତାରିଖରେ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା, ପୋଲ ଘର , ଫସଲ ନଷ୍ଟ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବ ବୈଠକରେ ଜନପ୍ରତିନିଧିଙ୍କ ଅଭିଯୋଗ କରିଥିଲେ । କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ ବିଭାଗ, ପାନୀୟଜଳ, ବିଦ୍ୟୁତ, ପରିବହନ, ଯୋଗାଯୋଗ ବିଭାଗ କର୍ମଚାରୀମାନେ କଣ କାମ ହୋଇଛି ଏବଂ ଅବଶିଷ୍ଟ କେଉଁ କାରଣ ଯୋଗୁଁ ହୋଇ ପାରିନାହଁ ବୈଠକରେ ଜଣାଇଥିଲେ । କେବେ ଓ କେତେ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯାଇ ପାରିବ ନେଇ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ସାଂସଦ । ବୈଠକରେ ଜିଲ୍ଲାପରିଷଦ ସଭ୍ୟ ରାଜୀବ ଦୋରା, ଉପାଧ୍ୟକ୍ଷ ନିହିମୀୟ ରଇତ, ବିଡିଓ ଲୋକନାଥ ଶବର, ସରପଞ୍ଚ ସମିତିସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ / କର୍ମଚାରୀ ଏବଂ ପିଇଓମାନେ ପ୍ରମୁଖ ଉପସ୍ଥିତ ଥିଲେ । ପିଇଓ ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବୈଠକକୁ ପରିଚାଳନା କରି ଥିବାବେଳେ ତାଙ୍କ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ବୈଠକ ଶେଷ ହେବା ପରେ ସାଂସଦ ଓ ବିଧାୟକ ବ୍ଲକର ୮ଜଣ ନୂତନ ଖାଉଟି କାଡ ବଣ୍ଟନ କରିଥିଲେ ।

By admin

Leave a Reply

Your email address will not be published. Required fields are marked *