ଟିକାବାଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ନବ ସାକ୍ଷର ଭାରତ କାର୍ଯ୍ୟକ୍ରମ ର ପରୀକ୍ଷା ଅନୁଷ୍ଠିତ
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ) ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରେ ନବ ସାକ୍ଷର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜିକୃତ ଶିକ୍ଷାର୍ଥୀ ଙ୍କୁ ନେଇ ପରୀକ୍ଷା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ ର ପ୍ରାୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଚାରୁରୂପେ ପରିଚାଳନା ପାଇଁ ନିୟୋଜିତ ହୋଇଥିଲେ I ଟିକାବାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତି ବିନୋଦିନୀ ସାମଲ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମାପନ ହୋଇଅଛି I ଏଥିରେ ଟିକାବାଲି ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧ୍ୟ ବହୁତ ସୁନ୍ଦର ଭାବେ ସଂଯୋଜନା କରିଛନ୍ତି I

