ଜୟପୁର: ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଜଣେ ବ୍ୟକ୍ତିଙ୍କ ଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଜୟପୁର ସରକାରୀ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ଧରାପଡ଼ିଛନ୍ତି।

ଏରିୟର ପାଇଁ ଲାଞ୍ଚ

ସୂଚନା ଅନୁସାରେ ହରିଶ୍ଚନ୍ଦ୍ର ମହାପାତ୍ର ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ସେ ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆଜି ଅପରାହ୍‌ଣରେ ୪୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ। ତାଙ୍କ ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଂଚ ମାଗିଥିଲେ ହରିଶ୍ଚନ୍ଦ୍ର। ପୂର୍ବରୁ ସେ ୪୦ ହଜାର ଟଙ୍କା ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ।

By admin

Leave a Reply

Your email address will not be published. Required fields are marked *