ଆଲୋକ ର ପର୍ବ ଦୀପାବଳୀ ଓ ମାଁ କାଳୀ ପୂଜା ଅବସରରେ ରକ୍ତ ଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢୀ) ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସରଗିବାହାଲ ଗ୍ରାମ ରେ ପବିତ୍ର କାଳୀ ପୂଜା ଓ ଆଲୋକ ର ପର୍ବ ଦୀପାବଳି ଅବସର ରେ କାଳୀ ପୂଜା କମିଟି ସରଗି ବାହାଲ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଅବସର ପ୍ରାପ୍ତ ସୈନିକ ଲୋକନାଥ ବିଶ୍ଵାଳ ମୁଖ୍ୟ ଅତିଥି ନିମନ୍ତ୍ରିତ ଅତିଥି ଭାବରେ କାଳୀ ପୂଜା କମିଟି ର ସଭାପତି ଛାୟା କାନ୍ତ ମେହେର, ଚିତ୍ର ସେନ ବେହେରା ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ ଶିବିର କୁ କାଳୀ ପୂଜା କମିଟି ର ପବିତ୍ର ମେହେର, ବିଜେଶ୍ଵର ମେହେର, ରାଜୀବ ଦାଶ, ଆଲୋକ ମେହେର, ଆଜାଦ ଦାଶ, ଦୁଷ୍ମନ୍ତ ରଣା, ଉମେଶ ଅଗ୍ରୱାଲ, ଆକାଶ ମେହେର, ଭୋଜ ରାଜ ମେହେର, ଆଶିଷ ବେହେରା , ବୁଲୁ ମେହେର,ଲୋକନାଥ ବିଶ୍ଵାଳ ଓ ନିଷ୍ଠା ପରିବାର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କାଳୀ ପୂଜା କମିଟି କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

