ଭେଡେନ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ର ଆନ୍ତଃ ମହାବିଦ୍ୟାଳୟ ର ୨୦୨୫ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।ଭେଡେନ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ର ଆନ୍ତଃ ମହାବିଦ୍ୟାଳୟ ର ୨୦୨୫ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ଭେଡେନ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ର ଆନ୍ତଃ ମହାବିଦ୍ୟାଳୟ ର ୨୦୨୫ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଆଂଚଳିକ କିଷାନ ମହାବିଦ୍ୟାଳୟ ର ରଂଜିତା ଖେଳ ପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି।ଆଜି ଦ୍ଵିତୀୟ ଦିବସରେ ୧୪ ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଦ୍ଵିତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଭେଡେନ ର ପୂର୍ବତନ ଖେଳାଳି ମାନଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କୁ ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ, ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ସାହୁ।ଖେଳାଳି ମାନେ ହେଲେ ଶ୍ରୀଯୁକ୍ତ ଗୋପିକୃଷ୍ନ ରଥ, ଶ୍ରୀଯୁକ୍ତ ଧୃବଚରଣ ବେହେରା, ଶ୍ରୀଯୁକ୍ତ ସରୋଜ କୁମାର ରଥ, ଶ୍ରୀଯୁକ୍ତ ସୁରେନ୍ଦ୍ର ବନଛୋର,ଶ୍ରୀଯୁକ୍ତ ସତ୍ୟନାରାୟଣ ରଥ, ଶ୍ରୀଯୁକ୍ତ ହରିହର ମେହେର। ମଧ୍ୟାନ୍ତରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଓ ଅତିଥି ମାନେ ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ ସହିତ କରମର୍ଦ୍ଦନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର କ୍ରିଡା ସଂସଦ ର ଉପସଭାପତି ଅଧ୍ୟାପକ ରଂଜନ କୁମାର ଦାଶ କଂ ପରିଚାଳନା ରେ ଅନୁଷ୍ଠିତ ହେଉଛି । ଧାରାବିବରଣୀ ପ୍ରଦାନ କରିଥିଲେ, ଅଧ୍ୟାପକ ସନ୍ତୋଷ କୁମାର ନାୟାର ଓ ସୂର୍ଯ୍ୟ କୁମାର ଦେହେରୀ। ଖେଳ ପରିଚାଳନାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଭେଡେନ ଜୋନ (ଏ) ଫାଇନାଲ ୨୬,୧୦,୨୫ ଓ ଗ୍ରାଣ୍ଡ ଫାଇନାଲ ଭେଡେନ ଜୋନ ଓ ସୁନ୍ଦରଗଡ ଜୋନ ର ବିଜେତା ମାନଙ୍କ ମଧ୍ୟରେ ଆସନ୍ତା ୨୮,୧୦,୨୫ ତାରିଖ ଅନୁଷ୍ଠିତ ହେବ।

By admin

Leave a Reply

Your email address will not be published. Required fields are marked *