ବିଲକୁ ଯାଉଥିବା ବେଳେ ଶୁଖିଲା ଗଛର ଗଣ୍ଡି ପଡି ଯୁବକ ମୃତ ।
ଗଜପତି (ମନୋଜ ପାଢୀ)ଜୀବନ ଗୋଟେ ପାଣି ଫୋଟକା ଭଳି ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ l ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା l ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଠାରେ l ଘଟଣା ପ୍ରକାରେ ରାମଗିରି ଗ୍ରାମର ପାତ୍ରସାହି ର ସ୍ବର୍ଗତ ବାବୁଲା ପାଇକ ଙ୍କ ପୁଅ ସୁମନ ପାଇକ ( କାଳିଆ ) ବୟସ ୧୯ ବର୍ଷ ଆଜି ସକାଳ ୧୧ ଘଣ୍ଟା ସମୟ ରେ ୫ ଜଣ ସାଙ୍ଗ ହୋଇ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିବା ସମୟରେ ବାଟ ମଙ୍ଗଳା ମନ୍ଦିର ଛକ ରାସ୍ତା ପାର୍ଶ୍ୱରେ ଥିବା ବିରାଟ କାୟ ଶୁଖିଲା ଆମ୍ବ ଗଛର ଏକ ଗଣ୍ଡି ପୁଆ ସହ ସେମାନଙ୍କ ଉପରେ ପଡିଥିଲା ଯାହା ଫଳରେ ସୁମନ ର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବୋହିଥିଲା ଏବଂ ଅନ୍ୟ ମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା l ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସେମାନେ ଜଣକ ମୋଟର ସାଇକେଲ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ l ଡାକ୍ତର ତାପସ ରଞ୍ଜନ ପଣ୍ଡା ସୁମନର ମୁଣ୍ଡରେ ଗଭୀର ଆଘାତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖି ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l ହେଲେ ଅତି ଦୁଃଖର ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯିବା ପୂର୍ବରୁ ସୁମନର ପ୍ରାଣବାୟୁ ଉଡିଯାଇଥିଲା l ପିଲାଟି ଦିନରୁ ବାପାକୁ ହରେଇ ଥିଲା ମାଆ ଅନ୍ୟତ୍ର ବିବାହ କରି ଚାଲିଗଲା ମାଉସି ପାଖରେ ରହି ଗେଲ ବସରରେ ବଢିଥିଲା l ଦିନମଜୁରିଆ ଓ ଗରିବ ଶ୍ରେଣୀ ର ହୋଇଥିବାରୁ ପରିବାର ଚଲେଇବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁମନ ର ସବୁ ଅଭିଳାଷ ପୂରଣ କରୁଥିଲେ l ସୁମନ ର ମୃତ୍ୟୁ ଖବର ଶୁଣୀ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଘଟଣା କୁ ନେଇ ପାତ୍ରସାହି ବାସି ଥାନା ଅଧିକାରୀ ଡି. ଗଜପତି ଦୋରାଙ୍କ ସହ ଯୋଗାଯୋଗ କରି ଏ ନେଇ ରାମଗିରି ଥାନାରେ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏ ଏସ ଆଇ କେ. ଶଙ୍କର ତଦନ୍ତ କରଛନ୍ତି।

