ବେଆଇନ ରନ୍ଧାମଦକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଆସିବା ପରେ ଚେଇଁ ଉଠିଲା ପୋଲିସ ଓ ଅବକାରୀ ବିଭାଗ ।ବେଆଇନ ରନ୍ଧାମଦକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଆସିବା ପରେ ଚେଇଁ ଉଠିଲା ପୋଲିସ ଓ ଅବକାରୀ ବିଭାଗ ।

ବେଆଇନ ରନ୍ଧାମଦକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଆସିବା ପରେ ଚେଇଁ ଉଠିଲା ପୋଲିସ ଓ ଅବକାରୀ ବିଭାଗ ।

ଗଜପତି ୨୧/୧୦/୨୦୨୫ (ମନୋଜ ପାଢୀ): ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବାଦପୁର ଗ୍ରାମରେ କିଛି ଅସାଧୁ ଲୋକ ଦୀର୍ଘ ବର୍ଷ ଧରି ବେଆଇନ ଦେଶୀ ରନ୍ଧାମଦ ବିକ୍ରି କରି ଆସୁଛନ୍ତି । ଯାହା ଫଳରେ ଅନେକ ନିରୀହ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାକୁ ବିରୋଧ କରି ବାଦପୁର ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ରାଜରାସ୍ତାକୁ ଆସି ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି ।ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଦେଶୀ ମଦ ବେଆଇନ ବିକ୍ରି ବନ୍ଦ ନ କଲେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଗତ ୨ ଦିନ ତଳେ ଚେତାବନୀ ଦେଇଥିଲେ । ମହିଳାମାନଙ୍କ ଏହି ଚେତାବନୀ ପରେ ଗତ ଦୀର୍ଘ ବର୍ଷ ଧରି କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରି ନ ଥିବା ପୋଲିସ ଓ ଅବକାରୀ ବିଭାଗ ଚେଇଁ ଉଠିବା ସହ ଦେଶୀ ମଦ ରନ୍ଧା ଓ ବିକ୍ରି ବିରୁଦ୍ଧରେ ବଡ଼ ଧରଣର ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ରନ୍ଧା ଓ ପୋଚ ଜବତ କରିଥିବା ସୂଚନା ମିଳିଛି ।ଗଜପତି ଜିଲ୍ଲା ମୋହନା ଥାନା ବାଦପୂର୍ ଗାଁରେ ପୋଲିସ୍ ଓ ଅବକାରୀ ଟିମ୍ ର ବଡ ଧାରଣାର ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହ ପୋଚ ନଷ୍ଟ କରାଯାଇଛି । ଗାଁର କିଛି ବର୍ଷ ହେଲା ବେଆଇନ୍ ମଦ ରନ୍ଧା ଓ ବିକ୍ରୀ ଚାଲିଥିଲା ।ମଦ ପିଇ ପରିବାରରେ ଅଶାନ୍ତି ସହ କିଛି ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ବାଦପୁରଗାଁର ମହିଳାମାନେ ବିରୋଧ କରି ଥାନାରେ ଅଭିଯୋଗ କରିଥଲେ । ଏହାକୁ ଭିତ୍ତି କରି ଗତକାଲି ଉଭୟ ପୋଲିସ ଓ ଅବକାରୀ ଟିମ ଜଙ୍ଗଲ ଓ ଘର ପଛ ପଟେ ଚଢାଉ କରି ଚୁଲ୍ଲି ଭାଙ୍ଗିବା ସହ ଦେଶୀ ରନ୍ଧାମଦ ଓ ପୋଚ ଜବତ କରି ସେଗୁଡିକୁ ସମ୍ପୂର୍ଣ ଭାବେ ନଷ୍ଟ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଖବର ଲେଖିବା ସୁଦ୍ଧା କେହି ଗିରଫ ହୋଇ ନାହାନ୍ତି. । ଏହି ଚଢ଼ାଉ ଓ ଅନୁଧ୍ୟାନ ଜାରି ରହିଥିବାରୁ ପୋଲିସ ଓ ଅବକାରୀ ତରଫରୁ ଗିରଫ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

By admin

Leave a Reply

Your email address will not be published. Required fields are marked *