ଦେଶୀ ବନ୍ଧୁକ ତିଆରି କରିବା ଏବିଂ କ୍ରୟ କରିବା ଅଭିଯୋଗ ରେ ଦୁଇ ଆସାମୀ ଗିରଫ କୋର୍ଟ ଚାଲାଣ ।
ଗଜପତି(ମନୋଜ ପାଢୀ/ ୨୨/୧୦/୨୫ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତ ର ଗୋଲାପାଜୁ ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘ ବର୍ଷ ଧରି ଗ୍ରାମ ଠାରୁ ଅନତି ଦୂରରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ରେ ବିକ୍ରି କରୁଥିବା ଖବର ପାଇ ଅଚାନକ ମୋହନା ପୋଲିସ ଚଡାଉ କରି କାରଖାନା ସହ ତିଆରି କରୁଥିବା ଅଭିଯୋଗରେ ଗିରଫ କରିବା ସହ କ୍ରୟ କରିବା ଅଭିଯୋଗରେ ହରିଶ୍ଚନ୍ଦ୍ର ମଲ୍ଲିକ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏହି ବିଷୟ ରେ ମୋହନା ଥାନା ପରିସର ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏସ ପି କହିବା ମୁତାବକ କାରଖାନା ଚଳାଉ ଥିବା ଅଭିଯୁକ୍ତ ଙ୍କ ଠାରୁ ଏହି ତିନି ଜିଲ୍ଲାରେ କେଉଁ ମାନେ ବେନାମୀ ଦେଶୀ ବନ୍ଧୁକ କ୍ରୟ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସର କୁ ଆଣି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ମୋହନା ପୋଲିସ ବନ୍ଧୁକ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ସରଞ୍ଜାମ ସହ ବାର ଟି ବନ୍ଧୁକ ଜବତ କରାଯାଇଥିବା ଦେଖିବାକୁ ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଏସ ଡି ପି ଓ ସୁରେଶ କୁମାର ତ୍ରିପାଠୀ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

