କଟିମାହା କ୍ଳଷ୍ଟର ଠାରେ ଶିଶୁ ମହୋତ୍ସବ “ସୁରଭି ” ବଡ଼ ଧୂମଧାମ ରେ ଅନୁଷ୍ଠିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ୍ ଅନ୍ତର୍ଗତ କଟିମାହା କ୍ଲଷ୍ଟରର ଲଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର ଙ୍କ ତତ୍ୱାବଧାନ ରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ 2025 ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଟିକାବାଲି ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର, ଟିକାବାଲି ବ୍ଲକ ର ୟୁଥ ୱାରୀୟାର ସଭାପତି ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବାବୁଜି କହଁର ସହ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିଶୁ ପ୍ରତିଭା ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ଆଠଟି ବିଦ୍ୟାଳୟରୁ 2 ଜଣ ଦିବ୍ୟାଙ୍ଗଙ୍କ ସହ ପ୍ରାୟ 130 ପ୍ରତିଯୋଗୀ ଚିତ୍ର, ସଙ୍ଗୀତ,ନୃତ୍ୟ,ପ୍ରବନ୍ଧ,ବକ୍ତୃତା, ବିତର୍କ,କୁଇଜ୍, ଚିତ୍ରାଙ୍କନ, ପି.ଏମ ପୋଷଣ ପ୍ରସଙ୍ଗ ରେ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପଡ଼ିଆ ର ଖୋଲା ମଞ୍ଚ ରେ,ପ୍ରକୃତି ର ପ୍ରାକୃତିକ ଶୋଭା ମହିମଣ୍ଡନ କରୁଥିବା ପରିବେଶ ମଧ୍ୟରେ, ପିଲାଙ୍କ ଆନନ୍ଦିତ, କୌତୁହଳ ବାତାବରଣ ରେ ବିଭିନ୍ନ ବିଦ୍ୟାଳୟ ରୁ ନୃତ୍ୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପରିଶେଷରେ ସାଧନ କେନ୍ଦ୍ର ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଠିକ ସେହିପରି ଟିକାବାଲି ବ୍ଲକ ର ବିଭିନ୍ନ କ୍ଳଷ୍ଟର ଠାରେ ମଧ୍ୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

