ସାହ୍ଲେପାଲି ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେଶମ ସାହ୍ଲେପାଲି, ଯୁବଗୋଷ୍ଠୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଆର.ଏମ.ସି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବାବୁପାଲି ସରପଞ୍ଚ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ରକ୍ତଦାନ ଶିବିର ରୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ, ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୃଷ୍ଣଚନ୍ଦ୍ର ବେହେରା, ସରୋଜ ବାରିକ, ଲଳିତମୋହନ ସାହୁ,ମଦନ ପଧାନ, ପ୍ରଭାକର ପଧାନ, ସୁଦାମା ସାହୁ, ବାଳ ଗୋପାଳ ଭୋଇ ଉମାକାନ୍ତ ନାଏକ, ଝସକେତନ ସାହୁ, ଭୋଜରାଜ ଭୋଇ, ଗୋପାଳ ସାହୁ, ପରେଶ ଭୋଇ, ପୃଥ୍ଵୀରାଜ ଭୋଇ,ସୁନୀଲ ବାରିକ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ରକ୍ତଦାନ ଶିବିର ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହ୍ଲେପାଲି ଯୁବଗୋଷ୍ଠୀ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ଶୁଭେଚ୍ଛୁ ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ତ୍ରିପାଠୀ ଓ ସଦସ୍ୟମାନେ ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ।
ସାହ୍ଲେପାଲି ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। 