ଗୁଡ଼ିଆଜାତି ଗୌରବ କୋରା ସାହୁଙ୍କ ଦେହାନ୍ତ ।
ଆର. ଉଦୟଗିରି ତା 18/10/25 ରିଖରେ ରା ଉଦୟଗିରି ବ୍ଲକ ଛେଳିଗଡ଼ର ବିଶିଷ୍ଟ ବ୍ୟବସାୟୀ କୋରା ସାହୁଙ୍କ 80 ବର୍ଷ ବୟସରେ ଶୀତଳପଲ୍ଲୀ ସ୍ଥିତ ସମ ହସ୍ପିଟାଲ ରେ ଦେହାନ୍ତ ହୋଇଯାଇଛି | ସେ ଛେଳିଗଡ଼ ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଅବସର ଗ୍ରହଣ କରିଥିଲେ | ସେ କେବଳ ଯେ ଛେଳିଗଡ଼ ଅଞ୍ଚଳରେ ପ୍ରିୟପାତ୍ର ନଥିଲେ ବରଂ ସମଗ୍ର ଗଞ୍ଜାମ ଜିଲ୍ଲାରେ ମଧୁବୈଶ୍ୟ ଗୁଡ଼ିଆ ଜାତିର ଗୌରବ ଥିଲେ | ସେ ବିଶେଶତଃ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ଥିଲେ | ଚାନ୍ଦିପୁଟ ଠାରେ ପ୍ରସ୍ତାବିତ ଗଣେଶ ମନ୍ଦିରର ମୁଖ୍ୟ ସାରଥୀ ଥିଲେ | ବାସ୍ତବରେ ସେ ଜଣେ ମେଳାପୀ ସ୍ନେହୀ ଧାର୍ମିକ ସମାଜପ୍ରେମୀ ବ୍ୟକ୍ତି ଥିଲେ | ମଧୁବୈଶ୍ୟ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ | ତାଙ୍କ ବିୟୋଗରେ ଜିଲ୍ଲା ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ବଡ଼ଖେମୁଣ୍ଡି ସଭାପତି ଗଣେଶ ସାହୁ ମାଳମୁଠାର ସଦସ୍ୟ ତ୍ରିନାଥ ସାହୁ ସନାତନ ସାହୁ ଲଷ୍ମୀ ସାହୁ ବାବୁଲି ସାହୁଙ୍କ ସମେତ ଅଞ୍ଚଳର ଶତାଧିକ ଲୋକ ସମାଗମ ହୋଇ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ମର ଶରୀରକୁ ଦିଗପହଣ୍ଡି ଠାରେ ଅଟକାଇ ଜାତିର କୋଠଘରକୁ ନେଇ ତାଲୁକାର ସମ୍ପାଦକ ସୁଧାକର ସାହୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ତାଙ୍କ ବିୟୋଗରେ ଗୁଡ଼ିଆ ଜାତିର ବହୁ ଅପୂରଣୀୟ କ୍ଷତି ଘଟିଲା ବୋଲି ରାଜ୍ୟ ଉପସଭାପତି ପର୍ଶୁରାମ ସାହୁ ଜିଲ୍ଲା ସଭାପତି ସାହେବ ସାହୁ ସମ୍ପାଦକ ନୃସିଂହ ପ୍ରସାଦ ସାହୁ ଓ ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି |ମୃତ୍ୟୁ ସମୟରେ ତାଙ୍କ ବଡ଼ପୁଅ ସୁଦର୍ଶନ, ସାନପୁଅ ଶଙ୍କର, ଜୋଇଁ ପୁଅ ରବିନ୍ଦ୍ର ଙ୍କ ସମେତ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ|

