ଗାଁ ଛାଡୁ ନାହାନ୍ତି ହାତୀପଲଗାଁ ଛାଡୁ ନାହାନ୍ତି ହାତୀପଲ

ଗାଁ ଛାଡୁ ନାହାନ୍ତି ହାତୀପଲ

ଗଜପତି , ୧୭ା୧୦(ମନୋଜ ପାଢୀ): ଗଜପତି ଜିଲା କାଶୀନଗର ବ୍ଲକ ଖଣ୍ଡାବା ପଞ୍ଚାୟତ ଗୌରୀଗୁଡା ଗ୍ରାମରେ କିଛି ଦିନ ହେଲା ଏକ ୪ଟିକିଆ ହାତୀପଲ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।ହାତୀପଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହି ରାତିରେ ଗାଁକୁ ଆସି ଚାଷୀଙ୍କ ଫସଲ ନଷ୍ଟ କରୁଥିବା ଜଣାପଡିଛି। ଖବର ପାଇ ରେଞ୍ଜର ପ୍ରଦୀପ ଆଚାର୍ଯ୍ୟ ଓ ହାତୀ ସୁରକ୍ଷା ବାହିନୀର ଫରେଷ୍ଟର ବଳରାମ ଶବର, ପ୍ରମିତା ଜେନା, ଦୁର୍ଯ୍ୟୋଧନ ଜେନା, ଜୟଦେବ ସାହୁ, ପୂର୍ଣ୍ଣିମା ବେହେରା ପହଞ୍ଚି ହାତୀ ଉପଦ୍ରବ କରୁଥିବା ସ୍ଥାନରେ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି।ଚଳିତବର୍ଷ ଲଘୁଚାପଜନିତ ବର୍ଷା ଯୋଗୁ ବ୍ଲକର ବହୁ ଚାଷ ଜମି ପାଣି ଘେରରେ ରହି ଫସଲ ନଷ୍ଟ ହୋଇଥିଲା। ଏବେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ହାତୀ ପଲ ଧାନ କ୍ଷେତ ନଷ୍ଟ କରିଥିବା ଖବର ପାଇ ଘଟଣା ସ୍ଥଳରେ ଏସିଏଫ୍‌ଓ ସାଇନଶ୍ରୀ ଦାସ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

By admin

Leave a Reply

Your email address will not be published. Required fields are marked *