ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବାଇକ୍ ଗ୍ୟାରେଜ: ଲକ୍ଷାଧିକ ଟଙ୍କାର କ୍ଷତି ।ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବାଇକ୍ ଗ୍ୟାରେଜ: ଲକ୍ଷାଧିକ ଟଙ୍କାର କ୍ଷତି ।

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବାଇକ୍ ଗ୍ୟାରେଜ: ଲକ୍ଷାଧିକ ଟଙ୍କାର କ୍ଷତି । ଗଜପତି, (ମନୋଜ ପାଢୀ ): ଗଜପତି ଜିଲ୍ଲାର ଗୁମ୍ମା ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସାରିଏଲ୍ ଗମାଙ୍ଗଙ୍କ ବାଇକ୍ ଗ୍ୟାରେଜ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି 3 ଲକ୍ଷ ଟଙ୍କାର ଜିନିଷ କ୍ଷତି ହୋଇଛି। ଖବର ପାଇ ଗୁମ୍ମା ଅଗ୍ନିଶମ ବାହିନୀ ଅଫିସର୍ ଇନଚାର୍ଜ ଡି.ଦୁର୍ଯ୍ୟ ରେଡ୍ଡୀ ଓ ଟିମ ପହଞ୍ଚୁ ନିଅଁକୁ ଆୟତ୍ତ – କରିଥିଲେ। କିନ୍ତୁ ଗ୍ୟାରେଜ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୂଚନାନୁସାରେ ଏୟାର ପମ୍ପ ମେସିନ୍‌, ବାଇକ୍ ବ୍ୟାଟେରୀ ଚାର୍ଜର ଏବଂ ଗୋଟିଏ ଟିଏ ବାଇକ୍‌ରେ ନିଆଁ ଲାଗି ଜଳିଯାଇଛି ଗ୍ରାମବାସୀଙ୍କ କହିବାନୁଯାୟୀ ପାହାଡ଼ିଆ ଅଞ୍ଚଳରେ ବର୍ଷା ଦିନରେ ଗଛ ବଢ଼ିଯିବା ଦ୍ବାରା ବିଦ୍ୟୁତ୍ ତାରରେ ଶାଖା ଗୁଡ଼ିକ ଲାଗି ରହୁଛି ଏଥିପ୍ରତି ବିଭାଗ ଦୃଷ୍ଟି ଦେଉନାହିଁ। କିନ୍ତୁ ସର୍ଟ ସର୍କିଟ ଯୋଗୁ ଗ୍ୟାରେଜରେ ଥ‌ିବା ଯନ୍ତ୍ରପାତି ଗୁଡ଼ିକରେ ନିଆଁ ଲାଗି ପ୍ରାୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି I

By admin

Leave a Reply

Your email address will not be published. Required fields are marked *