ମଣ୍ତଳ ସ୍ତରୀୟ ଏକ ଦିବସୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କଡାକ୍ତରୀ ଚିହ୍ନଟୀକରଣ ଶିବିର ଓ ବଣ୍ଟନ ମେଳା lମଣ୍ତଳ ସ୍ତରୀୟ ଏକ ଦିବସୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କଡାକ୍ତରୀ ଚିହ୍ନଟୀକରଣ ଶିବିର ଓ ବଣ୍ଟନ ମେଳା l

ମଣ୍ତଳ ସ୍ତରୀୟ ଏକ ଦିବସୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କଡାକ୍ତରୀ ଚିହ୍ନଟୀକରଣ ଶିବିର ଓ ବଣ୍ଟନ ମେଳା l

ଗଜପତି – ୧୬/୧୦( ନି. ପ୍ର)ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ( ନୋଡାଲ ସ୍କୁଲ ) ଠାରେ ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ବିଦ୍ୟାଳୟ ରେ ପଢୁଥିବା ଭିନ୍ନକ୍ଷମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଡାକ୍ତରୀ ଚିହ୍ନଟୀ କରଣ ପାଇଁ ଭୁବନେଶ୍ୱର ଆଲିମ କୋ ରୁ ଆସିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ରିତିକ୍ ତିୱାରୀ , ନିହାର ରଞ୍ଜନ ମଲ୍ଲିକ ଓ ଧରିତ୍ରୀ ଗଡ଼ତ୍ୟା ଙ୍କ ଦ୍ୱାରା ହୋଇଥିଲା ଏବଂ ଗତ ବର୍ଷ ମହୋନା ବ୍ଲକ ଚନ୍ଦ୍ରଗିରି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ହୋଇଥିବା ଶିବିରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକୀୟ ଉପକରଣ ସାମଗ୍ରୀ ପାଇବା ପାଇଁ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଥିଲା l ରା. ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ପରିଚାଳିତ ଡାକ୍ତରୀ ଚିହ୍ନଟୀକରଣ ଶିବିର ଓ ବଣ୍ଟନ ମେଳା କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀନିବାସ ବେହେରଦଳାଇ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ବ୍ଲକର ବିଭିନ୍ନ ସ୍ଥାନରୁ ୬୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ସହ ୬୦ ଜଣ ଅଭିଭାବକ ଯୋଗ ଦେଇଥିଲେ l ବି ଆର ଟି ବିରଞ୍ଚି ନାରାୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଭୟ କୁମାର ଦାସ ଙ୍କ ସହ ବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

By admin

Leave a Reply

Your email address will not be published. Required fields are marked *