ଜିଲ୍ଲା ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ।
ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ହାଇସ୍କୁଲ ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆଜି ପୂର୍ବତନ ଓଡ଼ିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଠାରେ କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଶାସନ ତନ୍ତ୍ର କୁ ବିରୋଧ କରି ଜନ ସାଧରଣକୁ ସଚେତ କରିଥିଲେ। ଏହି ସମ୍ପର୍କ ଯାତ୍ରାକୁ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପାରଳା ପୌର ଅଧକ୍ଷା ନିର୍ମଳା ସେଠୀଙ୍କ ସହ ଅନ୍ୟ ବିଜେଡ଼ି ନେତା ଏବଂ କର୍ମୀ ମାନେ ଉପସ୍ଥିତ ରହି ଏହି ସମ୍ପର୍କ ପଦ ଯାତ୍ରା ଟିକୁ ସଫଳ କରିଥିଲେ।

