ଆନ୍ଧ୍ର ପଥର ବ୍ଲାଷ୍ଟ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ସହାୟତା ରାଶି ଦେଲେ ସରକାର l
ଗଜପତି(ମନୋଜ ପାଢୀ) :ଗତ ଅଗଷ୍ଟ ଦୁଇ ତାରିଖ ରେ ମୋହନା ବ୍ଲକ ଢେପାଗୁଡା ପଂଚାୟତ ର ଆଲୋରା ଗାଁ ର ଦୁଇ ଯୁବକ ଟୁକୁନା ଦଳାଇ ଓ ଭାସ୍କର ବିଷୋୟୀ ଆନ୍ଧ୍ର ପ୍ରଦେଶ ର କାକିନାଡ଼ା ଜିଲ୍ଲା ର ବାଲିକୁର୍ମା ଠାରେ କାମ କରୁଥିବା ସମୟରେ ପଥର ବ୍ଲାଷ୍ଟିଙ୍ଗ ବେଳେ ମୃତ୍ୟୁ ବରଣ କରିଥିଲେ lପୂର୍ବରୁ ଆନ୍ଧ୍ର ସରକାର ଙ୍କ ପକ୍ଷରୁ ମୃତ ପରିବାର ଙ୍କୁ ୧୪ ଲକ୍ଷ୍ୟ ଲେଖାଁଏ ଦିଆଯାଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୃତ ପରିବାର ଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଯାହା ଫଳରେ ଆଜି ମୋହନା ବ୍ଲକ ସମ୍ମିଳନୀ କକ୍ଷ ରେ ରାଜ୍ୟ ସରକାର ଙ୍କ ତରଫରୁ ବ୍ରହ୍ମପୁର ସାଂସଦ, ଉପ ଜିଲ୍ଲାପାଳ ଓ ବିଡ଼ିଓ ଙ୍କ ଉପସ୍ଥିତି ରେ ଆଜି ୪ ଲକ୍ଷ ଲେଖାଁଏ ଦୁଇ ପରିବାର ଙ୍କୁ ସହାୟତା ଯୋଗାଇ ଦିଆ ଯାଇଛି। ଏହା ପାଇବା ପରେ ଉଭୟ ପରିବାର ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

