ବେଆଇନ ଭାବେ ବାଣ ବିକ୍ରୟ ବେଳେ ଚଢାଉ।
ଗଜପତି (ମନୋଜ ପାଢୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବେଆଇନ ଭାବେ ବିକ୍ରୟ ହେଉଥିବା ଦୁଇଟି ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚଢାଉ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ ଗୋଟିଏ ଦୋକାନରୁ ୩୦ ଲକ୍ଷ ଓ ଅନ୍ୟ ଏକ ଦୋକାନରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି। ଉକ୍ତ ଦୋକାନଗୁଡିକରେ ବେଆଇନ ଭାବେ ବାଣ ଗଚ୍ଛିତ ରହିଥିବାର ସୂଚନା ପାଇ ପୁଲିସ ପକ୍ଷରୁ ଚଢାଉ କରିଥିଲା।ପାରଳାଖେମୁଣ୍ଡି-ରାଣୀପେଣ୍ଠ ରାସ୍ତାରେ ରହିଥିବା ରେଲିସାହି ମୌଜାର ଦୁଇଟି ଦୋକନ ଉପରେ ଏହି ଚଢାଉ ହୋଇଥିଲା। ଏ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୧୯ ଏବଂ ୩୨୦/୨୦୨୫ରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ଚଢାଉ ବେଳେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ସମେତ ପାରଳାଖେମୁଣ୍ଡି ଆଦର୍ଶ ଥାନାର ବହୁ ପୁଲିସ ଅଧିକାରୀ ମାନେ ସାମିଲ ଥିଲେ। ତେବେ ବେଆଇନ ଭାବେ ଯେଉଁଠାରେ ମଧ୍ୟ ବାଣ ବିକ୍ରୟ କିମ୍ବା ଗଚ୍ଛିତ ରହିଥିବ ଏହିପରି ଚଢାଉ ଜାରି ରହିବ ବୋଲି ଆରକ୍ଷୀ ଅଧୀକ୍ଷକ ପଣ୍ଡା ସୂଚନା ଦେଇଛନ୍ତି।
ବେଆଇନ ଭାବେ ବାଣ ବିକ୍ରୟ ବେଳେ ଚଢାଉ। 