ପୂର୍ବତନ ଏସଡିସି ଉପଦେଷ୍ଟାଙ୍କ ଚାଞ୍ଚଲ୍ୟକର ଅଭିଯୋଗକ୍ରୀଡ଼ା ଓ ସଂଗୀତ ସାମଗ୍ରୀ କିଣାରେ ୪ କୋଟିର ଦୁର୍ନୀତିପୂର୍ବତନ ଏସଡିସି ଉପଦେଷ୍ଟାଙ୍କ ଚାଞ୍ଚଲ୍ୟକର ଅଭିଯୋଗକ୍ରୀଡ଼ା ଓ ସଂଗୀତ ସାମଗ୍ରୀ କିଣାରେ ୪ କୋଟିର ଦୁର୍ନୀତି

ପୂର୍ବତନ ଏସଡିସି ଉପଦେଷ୍ଟାଙ୍କ ଚାଞ୍ଚଲ୍ୟକର ଅଭିଯୋଗକ୍ରୀଡ଼ା ଓ ସଂଗୀତ ସାମଗ୍ରୀ କିଣାରେ ୪ କୋଟିର ଦୁର୍ନୀତି

ରାୟଗଡ଼ା 🙁 ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ୨୦୨୪ ମସିହା ସେପ୍ଟେମ୍ବରରେ ରାଜ୍ୟର ସମସ୍ତ ଏସଡିସିକୁ ଭାଙ୍ଗି ଦେଇଥିଲେ। ଏହାପରେ ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଆଦିବାସୀଙ୍କ ନାମରେ ମିଥ୍ୟା ବିଲ୍ ଓ ସାମଗ୍ରୀ କିଣା ନାମରେ ପ୍ରାୟ ୪ କୋଟି ଟଙ୍କାର ଦୁର୍ନୀତି ହୋଇଥୁବା ଗୁରୁତର ଅଭିଯୋଗ କରିଛନ୍ତି ପୂର୍ବତନ ଏସଡିସି ରାଜ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ।ରାୟଗଡ଼ାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ମାଝୀ କହିଛନ୍ତି ଯେ, ଗତ ୨୦୨୫ ଫେବୃଆରୀରେ ଏସଡିସି ତରଫରୁ ୩୦୦ଟି ଲେଖାଏଁ କ୍ରୀଡ଼ା ଏବଂ ସଂଗୀତ ସାମଗ୍ରୀ କିଣାଯାଇଥିଲା। ଏହି ସାମଗ୍ରୀ କିଣିବା ପାଇଁ କୌଣସି ଟେଣ୍ଡର କରାଗଲା ନାହିଁ। ସିଧାସଳଖ ଓସିସିଏଫ୍ ପାଖରୁ ୫ କୋଟି ୩୯ ଲକ୍ଷ ୮୭ ହଜାର ୮୮୯ ଟଙ୍କାବ୍ୟୟରେ ସାମଗ୍ରୀ କିଣାଗଲା। ୨ କୋଟି ୪୦ ଲକ୍ଷ ୯୬ ହଜାର ୯୬ ଟଙ୍କା ବ୍ୟୟରେ ଯେଉଁ କ୍ରୀଡ଼ା ସାମଗ୍ରୀ କିଣାଯାଇଛି ତାହାର ପ୍ରକୃତ ବଜାର ମୂଲ୍ୟ ୬୩ ଲକ୍ଷ ୫ ହଜାର ୪୦୦ । ସେହିପରି ୨ କୋଟି ୯୯ ଲକ୍ଷ ୭୮ହଜାର ୧୬୩ ଟଙ୍କା ବ୍ୟୟରେ କିଣାଯାଇଥିବା ସଂଗୀତ ସାମଗ୍ରୀର ପ୍ରକୃତ ବଜାର ମୂଲ୍ୟ ୮୫ କ୍ଷ ୫୦ ହଜାର ୩୦୦ ବୋଲି ସେ ଅଭିଯୋଗ କରିଛନ୍ତି । ଏହି କିଣାରେ ୩ କୋଟି ୯୧ ଲକ୍ଷ ୩୨ ହଜାର ଟଙ୍କା ସିଧାସଳଖ ଆତ୍ମସାତ୍ ହୋଇଛି। ଶ୍ରୀ ମାଝୀ କରିଥିବା ଅଭିଯୋଗ ଅନୁସାରେ,ଗୋଟିଏ ଢୋଲର ବଜାର ଦର ୨,୭୦୦ ଟଙ୍କା ହୋଇଥିବା ବେଳେ ତାହାର ବିଲ୍ ୧୩,୨୭୦ ଟଙ୍କା କରାଯାଇଛି। ସେହିଭଳି ୧୫୦୦ ଟଙ୍କାର ପିତ୍ତଳ ଘଣ୍ଟକୁ ୫,୦୩୩ ଟଙ୍କା, ୫,୯୦୦ର ନାଗରାକୁ୧୪, ୮୯୪ ଏବଂ ୩୦୦ ଟଙ୍କାର ଘୁଙ୍ଗୁରକୁ ୧,୭୩୦ ଟଙ୍କା ଲେଖାଏଁ ବିଲ୍ କରିଛନ୍ତି । ସେହିଭଳି କ୍ରୀଡ଼ା ସାମଗ୍ରୀ କ୍ଷେତ୍ରରେ ମଧ୍ୟ ବ୍ୟାପକ ବାଟମାରଣା ହୋଇଛି। ଯେଉଁ ଭଲିବଲ ପୋଲ ଗୋଟିଏ ୧୩,୭୭୩ ଟଙ୍କାରେ କିଣିଛନ୍ତି ତାହାର ବଜାର ଦର ମାତ୍ର ୩,୯୦୦ ଟଙ୍କା । ୧୦୫ଟଙ୍କାର କ୍ରିକେଟ ଷ୍ଟମ୍ପକୁ ୧,୧୪୬ ଟଙ୍କା ଏବଂ ୧୯୫ ଟଙ୍କାର ବ୍ୟାଡ଼ମିଣ୍ଟନ କର୍କକୁ ୧,୪୪୪ ଟଙ୍କାରେ କିଣାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ। ଜିଲା ପ୍ରଶାସନର ଜଣେ ତତ୍କାଳୀନ ଅଧିକାରୀ ଏଭଳି କାମ କରିଥିବା ଓ ତାଙ୍କୁ ଆଇଟିଡିଏର ଜଣେ ଅଧିକାରୀ ସହାୟତା କରିଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏସଡିସି ଭାଙ୍ଗିବାର ଏକ ବର୍ଷ ପରେ ମଧ୍ୟ ନୂତନ ଏସଡିସି କାହିଁକି ଗଠନ କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ସରକାର ନୂତନ ଭାବରେ ଏସଡିସି ଗଠନ ନକରି କିଭଳି ସାମଗ୍ରୀ କିଣିବାକୁ ଅନୁମତି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ପରିଷଦ ସଭ୍ୟଙ୍କ ବିନା ଅନୁମତି କୌଣସି ସାମଗ୍ରୀ କିଣିବାର ନିୟମ ନାହିଁ ବୋଲି କହିଛନ୍ତି ପ୍ରଦୀପଜିଲା ପ୍ରଶାସନ ଓ ରାଜ୍ୟ ସରକାର ଆସନ୍ତା ଏକ ମାସ ଭିତରେ ଏହାର ତଦନ୍ତ କରି ସଂପୃକ୍ତବିରୋଧରେ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଜିଲା ସଭାପତି ଜଗନ୍ନାଥ ସାରକା ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାୟଗଡ଼ା ଜିଲା ଏସଡିସି ଅଧ୍ଯକ୍ଷା ଅନସୂୟା ମାଝୀ, ଜିଲା ପରିଷଦ ଅଧ୍ଯକ୍ଷା ସରସ୍ବତୀ ମାଝୀ, ବିଜେଡିର ଦକ୍ଷିଣାଞ୍ଚଳ ସାମାଜିକ ଗଣମାଧ୍ଯମ ସଂଯୋଜକ ଦେବାଶିଷ ଖାଡ଼ଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।୨୦୨୨-୨୩ ମସିହାରେ ଏହି ସାମଗ୍ରୀ କିଣା ପାଇଁ ଏସଡିସି ଦ୍ବାରା ସମସ୍ତ ପ୍ରସ୍ତାବ ପାରିତ ହୋଇଥିଲା। ନିର୍ବାଚନ ଆଚରଣ ବିଧ୍ ଯୋଗୁଁ ସେହି ଜିନିଷ ସବୁ କିଣା ଯାଇନଥିଲା। ଓଡ଼ିଶା ଖାଉଟି ସମବାୟ ମହାସଂଘ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ଦରରେ ସମସ୍ତ ସାମଗ୍ରୀ କିଣାଯାଇଛି। ସେଥ୍‌ରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଇଟିଡିଏର ସମ୍ପୃକ୍ତ ଅଧିକାରୀ।

By admin

Leave a Reply

Your email address will not be published. Required fields are marked *