ବିଜ୍ଞାନ ଓ ଗଣିତ ସମ୍ପର୍କିତ ତାଲିମ ଶିବିର ।ବିଜ୍ଞାନ ଓ ଗଣିତ ସମ୍ପର୍କିତ ତାଲିମ ଶିବିର ।

ବିଜ୍ଞାନ ଓ ଗଣିତ ସମ୍ପର୍କିତ ତାଲିମ ଶିବିର ।

ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ସ୍ଥିତ ଠାକୁର ସ୍ମରଣୀୟ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଏକ ଦିନିକିଆ କାସକଡ୍ ତାଲିମ ପ୍ରଦାନ କରାଯାଇଛି । ଶନିବାର  ଆୟୋଜିତ ଏହି ଏକ ଦିନିକିଆ ତାଲିମ ଶିବିରରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଓ ଗଣିତ ଶିକ୍ଷକ, ଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିବା ବେଳେ ଗୋଷାଣି ଗୋଷ୍ଠୀ ଶିକ୍ଷା ଅଧିକାରୀ ସିତାରାମ ପାତ୍ର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ତାଲିମ କାର୍ଯ୍ୟକ୍ରମକୁ ସଂପାଦନ କରିଥିଲେ । ଅନଲାଇନ୍ ରେ ଆରମ୍ଭ ହୋଇଥିବା ଖାନ ଏକାଦମିରେ ପିଲାମାନଙ୍କୁ ପଞ୍ଜୀକରଣ କରିବା ଏବଂ ସ୍କୁଲ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଞ୍ଜୀକରଣ ହେବା ସହିତ ନୂଆ ବୈଷୟିକ ଜ୍ଞାନକୌଶଳରେ ବିଜ୍ଞାନ ଓ ଗଣିତ ପାଠ୍ୟକ୍ରମ ସମ୍ପର୍କିତ ଅଧୟନ କରିବା ପାଇଁ ଏହି ତାଲିମ ପ୍ରଦାନ କରାଯାଇଥିବା କୁହାଯାଇଛି ।

By admin

Leave a Reply

Your email address will not be published. Required fields are marked *