ଓଡିଶା ରକ୍ତଦାତା ମହାସଂଘର କୋରାପୁଟ ଚାପଟର ଗଠିତ

ସେମିଳିଗୁଡା ତାରିଖ ୧୨,୧୦,୨୦୨୫,ଓଡିଶା ରକ୍ତଦାତା ମହାସଂଘର ଅବିଭକ୍ତ କୋରାପୁଟ ଜିଲ୍ଲା ଚାପ୍ଟର ଗଠନ କରାଯାଇଛି | ଆଜି ସେମିଳିଗୁଡାସ୍ଥିତ ମଲ୍ଟି ଫକସନ ହଲ ଠାରେ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଓଡିଶା ରକ୍ତଦାତା ମହାସଂଘର ରାଜ୍ୟ ସଭାପତି ଡକ୍ଟର ନରେଶ ସାହୁ ଉପସ୍ଥିତ ରହି ଓଡ଼ିଶାରେ ମାସକୁ ପ୍ରାୟ ୧୨ହଜାର ୟୁନିଟ ରକ୍ତ ବ୍ୟବହାର ହୁଏ ଏବଂ ମାତ୍ର ୯ହଜାର ୟୁନିଟ ହିଁ ସଂଗ୍ରହ ହୋଇପାରେ ବୋଲି ସୂଚନା ଦେଇଥିଲେ | ତେଣୁ ରକ୍ତଦାନ ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ସବୁ ଜିଲାରେ ନିୟମିତ ରକ୍ତଦାନ ଶିବିର ଆୟୋଜନ ହେବା ଜରୁରୀ ବୋଲି କହିଥିଲେ | ଓଡିଶା ରକ୍ତଦାତା ମହାସଂଘର ଅବିଭକ୍ତ କୋରାପୁଟ ଜିଲ୍ଲା ଚାପ୍ଟର ଘୋଷଣା କରିଥିଲେ | ଏହି ଚାପ୍ଟରରେ ବିଜୟ କୁମାର ସାହୁ (ସଭାପତି ), ପ୍ରଦୀପ ତ୍ରିପାଠୀ (କାର୍ଯ୍ୟକାରୀ ସଭାପତି ), ଜୟ ବାଡତ୍ୟା, ରାଜେଶ ଯାଦବ ଓ ନିରଞ୍ଜନ ପାଣିଗ୍ରାହୀ ଉପ ସଭାପତି, ସ୍ନିଗ୍ଧା ରାଣୀ ମିଶ୍ର (ସାଧାରଣ ସମ୍ପାଦିକା ), ଆନନ୍ଦ ମଉଳି ପଟନାୟକ (ସଂଗଠନ ସମ୍ପାଦକ), ସ୍ୱସ୍ତିକ ମିଶ୍ର, ତୁଳସୀ ଦାସ ନାୟକ ଓ ପବିତ୍ର ମୋହନ ସାହୁ ଯୁଗ୍ମ ସମ୍ପାଦକ, ଗଣେଶ ସାହୁ (କୋଷାଧ୍ୟକ୍ଷ), ମମତା ମାହାଙ୍କୁଡ (ସୁନାବେଡା ପୌରପରିଷଦ ସଂଯୋଜକ), ପ୍ରମୋଦ ରାଉଳ (ଜୟପୁର ପୌର ପରିଷଦ ସଂଯୋଜକ), ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଏବଂ ଅଜ୍ଞତାପୂର୍ଣ୍ଣ କୁମାର ସାହୁ ଉପଦେଷ୍ଟା ରହିଛନ୍ତି | ସବୁ ବ୍ଲକରେ ଚାପ୍ଟରର ସଂଯୋଜକ ରହିବେ ବୋଲି ଡକ୍ଟର ନନରେଶ କହିଛନ୍ତି |

By admin

Leave a Reply

Your email address will not be published. Required fields are marked *