ଜିଲ୍ଲା ସ୍ତରୀୟ କବାଡି ଏବଂ ଖୋ ଖୋ ପ୍ରଶିକ୍ଷଣ ଶିବିର_ଜିଲ୍ଲା ସ୍ତରୀୟ କବାଡି ଏବଂ ଖୋ ଖୋ ପ୍ରଶିକ୍ଷଣ ଶିବିର_

ଜିଲ୍ଲା ସ୍ତରୀୟ କବାଡି ଏବଂ ଖୋ ଖୋ ପ୍ରଶିକ୍ଷଣ ଶିବିର________________________

ଗଜପତି(ମନୋଜ ପାଢୀ) ଅଦ୍ୟ ତା ୧୨/୧୦/୨୦୨୫ ରିଖ ଠାରୁ ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ଜିଲ୍ଲା ସ୍ତରୀୟ ଖୋ ଖୋ ଏବଂ କବାଡି ତାଲିମ୍ ଶିବିର ଆରମ୍ଭ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଞ୍ଚ ଦିନ ଧରି ଏହି ତାଲିମ ଶିବିର ଚାଲିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାରୁ ରାଜ୍ୟ ସ୍ତରକୁ ଚୟନ ହୋଇଥିବା ଖୋ ଖୋ ଏବଂ କବାଡିର ୧୭ ବର୍ଷ ରୁ କମ୍ ୪୭ ଜଣ ପ୍ରତିଯୋଗୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷକ ଭାବରେ ଛେଳିଗଡ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ଦାସ ,ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ମାଧବ ଖୁଣ୍ଟିଆ ଏବଂ ଛେଳିଗଡ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାଗସିଂ ଯୋଗ ଦେଇଛନ୍ତି। କ୍ରୀଡା ଶରୀରରକୁ ସୁସ୍ଥ ରଖେ ଏବଂ ନିରୋଗ ରଖିବା ସହିତ ମନୋବଳକୁ ଦୃଢ଼କରିଥାଏ । ଏଣୁ ପିଲାମାନେ ଆଗ୍ରହର ସହିତ ଖେଳିବା ଏବଂ ପ୍ରଶିକ୍ଷକ ମାନେ ନିଷ୍ଠାର ସହିତ ଖେଳାଇବା ପାଇଁ ପ୍ରଥମ ଦିବସରେ ଶପଥ ଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

By admin

Leave a Reply

Your email address will not be published. Required fields are marked *