ନୁଆଗଡ ବ୍ଳକକୁ ଜିଲ୍ଲାପାଳ ପରିଦଶନ ଆସି ବର୍ଷାରେ କ୍ଷୟକ୍ଷତିର ଅନୁଧ୍ୟାନ କଲେ ।
ଗଜପତି (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକକୁ ଆଜି ଜିଲ୍ଲାପାଳ ମଧୁମିତା ଅଚାନକ ପରିଦଶନ କରି ଗତ ୨ତାରିଖରେ ପ୍ରବଳ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ବର୍ଷା ଯୋଗୁଁ ବ୍ଳକରେ ଅନେକ ଚାଷ ଜମିରେ ପାଣି ମାଡିଯାଇ ଫସଲ, ଘର, ରାସ୍ତା ଘାଟ ନଷ୍ଟ ହୋଇଛି । ନଷ୍ଟ ହୋଇଥିବା ସ୍ଥାନର କିଭଳି ପୁନରୁଦ୍ଧାର କରାଯାଇଛି । ତାହା ତଦାରଖ ସହ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ଅଙ୍ଗନବାଡି କେନ୍ଦ୍ର , ସ୍କୁଲ, ବିଭିନ୍ନ ସରକାରୀ କାର୍ଯାଳୟ ଯାଇଥିଲେ । ପ୍ରଥମେ ତିତିସିଂ ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ବିଷୟରେ ବୁଝିଥିଲେ । ରାସନ ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ଚାଉଳର ଉତ୍ତମତା , ହିତାଧିକାରୀଙ୍କୁ ଠିକ୍ ଭାବେ ପାଉଛନ୍ତି କି ନାହିଁ ନିରୀକ୍ଷଣ କରିଥିଲେ । ଖଜୁରୀପଦା ଅଙ୍ଗନବାଡି କେନ୍ଦ୍ର, ଦୋଘରିଆ ଏସଏସଡି ଉଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ପାଠ ଉପରେ ପଚାରି ବୁଝିଥିଲେ ଓ ନୁଆଗଡ ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ସ୍ବାସ୍ଥ୍ୟ ସେବା ଏବଂ ନୂତନ ବିଲଡିଙ୍ଗି ବୁଲି ଦେଇଥିଲେ, ତହସିଲି କାର୍ଯ୍ୟାଳୟକୁ ଯାଇ ବର୍ଷାରେ ଅଞ୍ଚଳର କ୍ଷୟକ୍ଷତି ବିବୃତ୍ତି, ବ୍ଳକ କାର୍ଯ୍ୟାଳୟରେ ବର୍ଷା କ୍ଷତି ହୋଇଥିବା ସ୍ଥାନର ପୁନଃରୁଦ୍ଧାର କାର୍ଯ୍ୟର ବିବରଣୀ ଦେଇଥିଲେ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡିଓ ଲୋକନାଥ ଶବର , ବ୍ଳକ ଅଧ୍ୟକ୍ଷା ମାଲତୀ ପ୍ରଧାନ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

