କଳ୍ପତରୁ ପ୍ରକଳ୍ପ ର ଆୟୋଜିତ ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ।କଳ୍ପତରୁ ପ୍ରକଳ୍ପ ର ଆୟୋଜିତ ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ।

କଳ୍ପତରୁ ପ୍ରକଳ୍ପ ର ଆୟୋଜିତ ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ।

ସେମିଳିଗୁଡା.ତାରିଖ ୮-୧୦-୨୦-୨୫-ସେମିଳିଗୁଡା ସତ୍ଯ ନଗରସ୍ଥିତ କଳ୍ପତରୁ ପ୍ରୋଜେକ୍ଟ ଇଣ୍ଟରନ୍ୟାସନାଲ ଲିମିଟେଡ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ପ୍ରକଳ୍ପର ଅଧ୍ୟକ୍ଷ ମୋଫତରାଜ ପି.ମୁନୋତଙ୍କ ଜନ୍ମ ଦିନ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା। ଶିବିରକୁ ପ୍ରକଳ୍ପ ମ୍ୟାନେଜର ପି.ଏସ୍. ଶଶିକୁମାର ଉଦଘାଟନ କରିଥିଲେ। ଲିଆସନିଂଗ୍ ମ୍ୟାନେଜର ଅଶୋକ କୁମାର ପାତ୍ର ଓ ଡେପୁଟି ମ୍ୟାନେଜର ସେଫଟି ରାକେଶ କୁମାର ରାମ୍ ଶିବିର ପରିଚାଳନା କରିଥିଲେ।ପ୍ରକଳ୍ପର କର୍ମଚାରୀ ଓ କିଛି ସ୍ବେଛାସେବୀ ରକ୍ତଦାନ କରିଥିଲେ।ସମୁଦାୟ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ରଂଜିତ କୁମାର ସାହୁ ଓ ଅନ୍ୟ କର୍ମଚାରୀବୃନ୍ଦ ରକ୍ତ ସଂଗ୍ରହ କରିଥିଲେ।ଆର୍.ଜେ. ପଟ୍ଟନାୟକ,ଶିବା,ଦୀପାଂଶ,ଶୁଭଦୀପ, ଶିମୂଲ, ପ୍ରବିନ,ରବିନ୍ଦର ତିୱାରୀ, ସୁରେନ୍ଦ୍ର ମୁଦୁଲୀ,ନାରାୟଣ,ରାଜୁ ଶୋଭିକ ,ପରୀ, ସଦାଶିବ,ନବୀନ କୁମାର,ଉତ୍କଳ ପଟ୍ଟନାୟକ,ରାଜ କୁମାର ବଡନାୟକ,ହେମନ୍ତ ମହାନ୍ତି,ଗୌତମ ମହାନ୍ତି,ପୂର୍ଣ୍ଣଚନ୍ଦ୍ର, ବାଦଲ ପାତ୍ର,ରଶ୍ମିକାନ୍ତ ପାଣିଗ୍ରାହୀ,ଗଂଗା ଖାଲପାଡିଆ,ଗୋବିନ୍ଦ,ଦୀନବନ୍ଧୁ,ରାକେଶ,ଚିତ୍ତରଞ୍ଜନ,ରାମଚନ୍ଦ୍ର ପାଣିଗ୍ରାହୀ,ଗୁରୁ ମୁଦୁଲୀ,ରାଜା ମାନା,ସୌମ୍ୟ ଦର୍ଶନ ମହାରଣା,ଅଙ୍କିତ କୁମାର ତିୱାରୀ ରକ୍ତଦାନ କରିଥିଲେ।ସତ୍ଯ ନଗର ବିକାଶ ପରିଷଦଣ୍ଡର ମହିଳାସଂଯୋଜିକା ,ସମାଜସେବୀ ଓ ବରିଷ୍ଠ ରକ୍ତଦାତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଶିବିରର ସଫଳତା ତଥା ପ୍ରତିବର୍ଷ ନିୟମିତ ରକ୍ତଦାନ ଶିବିର କରୁଥିବା ଯୋଗୁଁ ପ୍ରକଳ୍ପର ସମସ୍ତ କର୍ମଚାରୀବୃନ୍ଦଙ୍କୁ ଧନ୍ୟବାଦ ଓ ଶୁଭକାମନା ଜଣାଇଛନ୍ତି।

By admin

Leave a Reply

Your email address will not be published. Required fields are marked *