ଦିବ୍ୟାଙ୍ଗ ରମେଶଙ୍କୁ ସମ୍ବର୍ଦ୍ଧନାଦିବ୍ୟାଙ୍ଗ ରମେଶଙ୍କୁ ସମ୍ବର୍ଦ୍ଧନା

ଦିବ୍ୟାଙ୍ଗ ରମେଶଙ୍କୁ ସମ୍ବର୍ଦ୍ଧନା

ରାୟଗଡା, (ଅମୁଲ୍ୟ ନିଶଙ୍କ ): ବିଶ୍ଵ କରାଟେ ମାଷ୍ଟର ଆସୋସିଆନ ଦ୍ବାରା ଚେନ୍ନାଇ ସ୍ଥି ତ ଏସଆଇଭିଆଇଟିରେ ଗତ ୫ ତାରିଖରେ ଆୟୋଜିତ କରାଟେ ବିଶ୍ଵ ରେକର୍ଡ ପ୍ରୟାସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ରାୟଗଡାର ଦିବ୍ୟାଙ୍ଗ ଏଲ.ରମେଶ କୁମାର । ଆଜି ଅପରାହ୍ନରେ ସେ ରାୟଗଡା ଫେରିବା ପରେ ତାଙ୍କୁ ରେଳ ଷ୍ଟେସନରେ ଭବ୍ୟ ବ୍ୟ ସ୍ବାଗତ ସମ୍ବଦ୍ଧନା ନିନା ଦିଆଯାଇଛି । ଘରୋଇ ଟ୍ରକ ମାଲିକ ସଂଘର ସଭାପତି ୟାଲ୍ଲା ଭେଙ୍କେଟେଶ୍ୱର ରାଓ, ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ ମାର୍ଶାଲ ଆର୍ଟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ କରା ଟେ ବିଶ୍ଵ ରେକର୍ଡ ପ୍ରୟାସରେ ଅଂଶଗ୍ରହଣ କରି ବିଶ୍ବ କରାଟେ ମାଷ୍ଟର ଆସୋସିଏସନଙ୍କୁ ପ୍ରକାଶ କରିବା ପାଇଁ ଏଲ. ରମେଶଙ୍କୁ ପ୍ରମାଣ ପତ୍ର ଓ ପଦକ ପ୍ରଦାନ କରାଯାଇଛି ଏହି ବିଶ୍ଵ ରେକର୍ଡ କରାଟେ ଚାମ୍ପିଅନସିପରେ ଦିବ୍ୟାଙ୍ଗ ରମେଶ ୩୦ ସେ ସେକେଣ୍ଡରୁ କମ ସମୟରେ ଆମେରିକା, ଜିମ୍ବାୱେ ଓ ମାଲେସିଆ ଭଳି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର ନାମକୁ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ନେଇ ପ୍ରେରଣ କରା ରାଯାଇଥିବା ରମେଶ ପ୍ରକାଶ କରିଛନ୍ତି l ଚେନାଇ ଠାରେ ବିଶ୍ୱ କରାଟେ ମାଷ୍ଟର ଆସୋସିଏସନ୍ ବିଶ୍ୱ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଆମର ରାୟଗଡ଼ାର ଗର୍ବିତ ପୁଅ ରମେଶ କୁମାର ଅଂଶଗ୍ରହଣ କରିଥିଲେ ଏବଂ ବହୁତ କମ ସମୟ ମଧ୍ୟରେ ଆମେରିକା , ଜ଼ିମ୍ବାବ୍ୱେ ଏବଂ ମାଲେସିଆ ଅଂଶଗ୍ରହଣକାରୀ ମାନଙ୍କୁ ପରାସ୍ତ କରି ବିଶ୍ୱ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ।ଏହି ଉଲ୍ଲେଖନୀୟ ସଫଳତା କେବଳ ଆମ ଦେଶ ପାଇଁ ନୁହେଁ, ବରଂ ଆମ ରାଜ୍ୟ ଏବଂ ରାୟଗଡା ଜିଲ୍ଲା ପାଇଁ ମଧ୍ୟ ଗର୍ବର ବିଷୟ। ବୋଲି କୋଣ୍ଡା ବାବୁ ଏହି ଐତିହାସିକ ସଫଳତା ପାଇଁ ରମେଶ କୁମାର ଙ୍କୁ ଆଜି ସନ୍ଧ୍ୟା ରାୟଗଡ଼ ରେଳ ଷ୍ଟେସନ ଠାରେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ହୃଦୟର ସହିତ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଳ କୋଣ୍ଡା ବାବୁ ଶୁଭକାମନା ଜଣାଇଛିନ୍ତି ।

By admin

Leave a Reply

Your email address will not be published. Required fields are marked *