ଟିକାବାଲିରେ ଦୁଇଟି ନାଟକ ମଞ୍ଚସ୍ଥଟିକାବାଲିରେ ଦୁଇଟି ନାଟକ ମଞ୍ଚସ୍ଥ

ଟିକାବାଲିରେ ଦୁଇଟି ନାଟକ ମଞ୍ଚସ୍ଥ….

କନ୍ଧମାଳ :- କନ୍ଧମାଳ ଜିଲ୍ଲା ଟିକାବାଲି ପୁରୁଣା ବସଷ୍ଟାଣ୍ଡ ଠାରେ ମାବ୍ୟାଘ୍ରଦେବୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଦୁଇଦିନ ଦୁଇଟି ନାଟକ ମଞ୍ଚସ୍ଥ ହୋଇଥିଲା l ଅନୁଷ୍ଠାନ ର ସଭାପତି ତନୁଜ ଭୋଇ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ସମ୍ମାନିତ ଅତିଥିଭାବେ ପ୍ରକାଶ ଚନ୍ଦ୍ର ଭୋଇ ଓ ଦାରିଙ୍ଗିବାଡ଼ି ନାଟକର ନିର୍ଦେଶକ ମଣ୍ଟୁବାବୁ ଯୋଗଦେଇ ଥିଲେ, ମୁଖ୍ୟବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ନାଟକର ସୃଷ୍ଟି ଓ ସ୍ୱରୂପ କୁ ନେଇ ବକ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ନିଖୁଣ ଅଭିନୟର ଝଲକ ଦେଖାଇ ଦର୍ଶକଙ୍କ ଆଖିରୁ ଲୁହ ଝରାଇ ଥିଲେ l ମଞ୍ଚ ସଂଚାଳନ ସୁଧୀର କୁମାର ସାହୁ କରିଥିଲେ l ଟିକାବାଲି କଳା ସାଂସ୍କୃତିକ ଅନୁଷ୍ଠାନ ପ୍ରଥମ ରାତ୍ରୀରେ ମଞ୍ଚସ୍ଥ କରିଥିଲେ,, ଏ ଆଖି କାନ୍ଦୁଛି ତୋରିପାଇଁ,, କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ଆଖିରୁ ଲୁହ ଝରିବାକୁ ବାଧ୍ୟ କରିଥିଲା l ଦ୍ୱିତୀୟ ରଜନୀରେ ଦାରିଙ୍ଗିବାଡ଼ି ର କଳାକାର ମାନେ,, ହା କୃଷ୍ଣ ବୋଲି ଏ ଯିବ ଯାଉ,, ନାଟକଟି ମଞ୍ଚସ୍ଥ କରି ଦର୍ଶକଙ୍କ ମନକୁ ଜିଣିଥିଲେ l ଉଭୟ କଳାକାର ମାନଙ୍କୁ ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଅନୁଷ୍ଠାନ କୁ ଆଗକୁ ନେବା ଓ କଳାକୁ ସମୃଦ୍ଧ କରିବାରେ ଯେଉଁ ମାନଙ୍କ ଭୂମିକା ରହିଛି ସେମାନେ ହେଲେ ଯୁଗଳ କିଶୋର ପଣ୍ଡା, ତନୁଜ ଭୋଇ, କୁମୁଦ ଚନ୍ଦ୍ର ସାହୁ,ଲିଙ୍ଗରାଜ ନାୟକ, ନୀଳମାଧଵ, ହିରୋ ନାୟକ, ସାଇରମ ବେହେରା, ସୁମନ୍ତ ନାୟକ, ଚକ୍ରଧର ସାହୁ ଜିତେନ୍ଦ୍ର ସାହୁ, ସୁଶାନ୍ତ ନାୟକ, ଅଚୁତ ବିଶୋଇ ଏବଂ ଅନେକ ସଦସ୍ୟ ମାନଙ୍କ ସହଯୋଗରେ ଦୁଇଟି ନାଟକ ସଫଳ ହୋଇପାରିଥିଲା l

By admin

Leave a Reply

Your email address will not be published. Required fields are marked *