ବ୍ରହ୍ମପୁର: ଆଜି ରାତିରେ ଏକ ଆତଙ୍କଜନକ ଘଟଣା ଘଟିଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ଉପରେ ଅଜଣା ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଖବର ମିଳିଛି।ସୂତ୍ର ଅନୁଯାୟୀ, ଘଟଣାଟି ବ୍ରହ୍ମନଗର ଅଞ୍ଚଳରେ ରାତି ପ୍ରାୟ ୧୦ଟା ସମୟରେ ଘଟିଥିଲା। ବାଇକରେ ଆସିଥିବା ଦୁଇ ଅଭିଯୁକ୍ତ ହଠାତ୍ ଗୁଳିମାଡ଼ କରି ଫେରି ଯାଇଥିଲେ।ଏହି ଗୁଳିମାଡ଼ରେ ନେତା ପୀତବାସ ପଣ୍ଡା ଆହତ ହୋଇଥିବା ସୂଚନା ମିଳିଛି ଓ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲକୁ ନେଇଯାଇଛି।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଖତିଆନ ହେଉଛି ଓ ଦୁର୍ବୃତ୍ତମାନଙ୍କ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି।ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। Source ସମ୍ବାଦ!
ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼, ଦୁଇ ଦୁର୍ବୃତ୍ତ ଫେରାର 