ଅତ୍ୟଧିକ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଗଜପତି ଜିଲ୍ଲାର ବିଭିନ୍ନ ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ବାରଣ।ଅତ୍ୟଧିକ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଗଜପତି ଜିଲ୍ଲାର ବିଭିନ୍ନ ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ବାରଣ।

ଅତ୍ୟଧିକ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଗଜପତି ଜିଲ୍ଲାର ବିଭିନ୍ନ ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ବାରଣ।

ଗଜପତି:(ମନୋଜ ପାଢୀ) ଲଗାଣ ବର୍ଷାଯୋଗୁଁ ଜଳପ୍ରପାତ ଗୁଡ଼ିକରେ ଜଳର ସ୍ରୋତ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି ଗଜପତି ଜିଲ୍ଲା ପ୍ରଶାସନ। ଏ ସମ୍ପର୍କରେ ଗଜପତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଚିଠି ଲେଖିଛନ୍ତି। ଗଜପତି ଏସପି, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ବିଡିଓଙ୍କୁ ଏନେଇ ଚିଠି କରାଯାଇଛି। ଚିଠିରେ କୁହାଯାଇଛି, ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ଜଳପ୍ରପାତ, ଗଣ୍ଡା ହାତୀ ଜଳପ୍ରପାତ, ମାଙ୍କଡ ଡିଆଁ ଜଳ ପ୍ରପାତ, ଖସଡ଼ା ଜଳପ୍ରପାତ,ଗୁଦୁଗୁଦା ଜଳପ୍ରପାତକୁ ପର୍ଯ୍ୟଟକ ଯିବା ପାଇଁ ମନା। କାରଣ ଏବେ ଲଗାଣ ବର୍ଷାଯୋଗୁଁ ଗଜପତିରେ ଅବସ୍ଥା ବେହାଲ ହୋଇପଡିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି, ତେଣୁ ଜଳପ୍ରପାତ ଗୁଡ଼ିକରେ ଜଳର ସ୍ରୋତ ଅଧିକ ଥିବା ଯୋଗୁଁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନେଇଛନ୍ତି ପର୍ଯ୍ୟଟନ ବିଭାଗ। ଜଳସ୍ରୋତ ଏବଂ ଜଳସ୍ତର ବଢ଼ିଥିବା ହେତୁ ପର୍ଯ୍ୟଟକ ମାନଙ୍କୁ ଜଳପ୍ରପାତ ଗୁଡ଼ିକ ମଧ୍ୟକୁ ନ ଛାଡ଼ିବା ପାଇଁ ନିଷ୍ପତ୍ତ ନିଆଯାଇଛି।

By admin

Leave a Reply

Your email address will not be published. Required fields are marked *