ଲଗାଣ ବର୍ଷା ରେ ପାହାଡ ଧସି ପେକଟ ଗ୍ରାମର ବାପା ପୁଅ ନିଖୋଜ।ଲଗାଣ ବର୍ଷା ରେ ପାହାଡ ଧସି ପେକଟ ଗ୍ରାମର ବାପା ପୁଅ ନିଖୋଜ।

ଲଗାଣ ବର୍ଷା ରେ ପାହାଡ ଧସି ପେକଟ ଗ୍ରାମର ବାପା ପୁଅ ନିଖୋଜ।
ଗଜପତି (ମନୋଜ ପାଢୀ)
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗ୍ରାମରେ ପାହାଡ ଧସି ପେକଟ ଗ୍ରାମର ବାପା ପୁଅ ନିଖୋଜ ହୋଇଥିବା ଦେଖିବାକୁ ମିଳିଛି। ଗତ କାଲି ଠାରୁ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଳାର ବିଭିନ୍ନ ସ୍ଥାନରେ ବର୍ଷା ଜଳର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ଫସଲ ନଷ୍ଟ କରିଛି। ହେଲେ ଏହି ଲଗାଣ ବର୍ଷାରେ ପେକଟ ଗ୍ରାମ ଠାରେ ପାହାଡ ଧସି ଯିବା ଫଳରେ ବାପା କାର୍ତ୍ତିକ ଶବର ଆଉ ପୁଅ ରାଜୀବ ଶବର ନିଖୋଜ ହୋଇ ଯାଇଛନ୍ତି। ଘଟଣା ସ୍ଥଳରେ ଜିଲ୍ଲାର ଅଗ୍ନିଶମ ବିଭାଗ ର ଯବାନ ମାନେ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। ବହୁ ଖୋଜା ଖୋଜି ପରେ ମଧ୍ୟ ବାପା ପୁଅ ର କୌଣସି ସନ୍ଧାନ ମିଳି ପାରି ନାହିଁ। ରାତ୍ର ହୋଇ ଯିବା ଯୋଗୁଁ କାର୍ଯ୍ୟରେ ବାଧା ଆସିଛି। ତଥାପି ଅଗ୍ନିଶମ ଯବାନ ମାନେ ବର୍ତ୍ତମାନ୍ ସୁଦ୍ଧା ଚେଷ୍ଟା ଚଳାଇ ଥିବା ଦେଖିବାକୁ ମିଳିଛି।

By admin

Leave a Reply

Your email address will not be published. Required fields are marked *