ମାଲିପାଲି ମାଁ ମାଉଲି ଫୁଟବଲ କପ ୨୦୨୫ ସେମିଫାଇନାଲରେ ମେଚ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ମାଲିପାଲି ଏଥେଲେଟିକ ଏସୋସିଏସନ ତରଫରୁ ଅନୁଷ୍ଠିତ ତୃ୍ତୀୟ ରନିଂ ମାଁ ମାଉଲି ଫୁଟବଲ କପ୍-୨୦୨୫ ର ସେମିଫାଇନାଲ ଦିନରେ ମୁଖ୍ୟ ଅତିଥି ଭାବେ ନିଷ୍ଠା ପରିବାରର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି-ଫାଇନାଲ ବରାହଗୋଡ଼ା ଓ ଲାଉନସରା ମଧ୍ୟରେ ୦-୦ ଗୋଲ୍ ର ଡ୍ରରେ ସମାପ୍ତ ହୋଇଥିଲା ଯେଉଁଥିରେ ଲାଉନସରା ଟାଇ-ବ୍ରେକର୍ ଜରିଆରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଅପରପକ୍ଷରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି-ଫାଇନାଲ ସରତ୍ ଇଲେଭେନ୍ ଓ ଅମାପତ୍ରା ମଧ୍ୟରେ ହୋଇଥିଲା ଯେଉଁଥିରେ ସରତ୍ ଇଲେଭେନ୍ ୫-୦ ଗୋଲ୍ ଜରିଆରେ ବିଜୟ ଲାଭ କରି ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ।
ସୂଚନାଯୋଗ୍ୟ ଯେ, ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ତା:୧୨.୧୦.୨୦୨୫.ରିଖ ରବିବାର ଦିନ ଲାଉନସରା ଓ ସରତ୍ ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହେବ |

