ମହେନ୍ଦ୍ରଗଡ଼ ମହାବୀର ବଣିକ ସଂଘର 15 ତମ ଦୁର୍ଗାପୂଜା ଉତ୍ସବ ।ମହେନ୍ଦ୍ରଗଡ଼ ମହାବୀର ବଣିକ ସଂଘର 15 ତମ ଦୁର୍ଗାପୂଜା ଉତ୍ସବ ।

ମହେନ୍ଦ୍ରଗଡ଼ ମହାବୀର ବଣିକ ସଂଘର 15 ତମ ଦୁର୍ଗାପୂଜା ଉତ୍ସବ ।

ଗଜପତି ତା 02/10/25 ରିଖ(ମନୋଜ ପାଢୀ) ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କଲୋନୀ ମହାବୀର ବଣିକ ସଂଘର 15 ତମ ଦୁର୍ଗାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ରବିବାର ଦିନ ଷଷ୍ଠୀ ତିଥିରେ ବିଲ୍ଵଧିବାସ, ଜଳଯାତ୍ରା ସମାପନ ହୋଇଥିଲା | ସୋମବାର ମହା ସପ୍ତମୀରେ ସୂର୍ଯ୍ୟପୂଜା ସହ ଯଜ୍ଞକର୍ମାଦି ଆରମ୍ଭ ହୋଇଥିଲା ସନ୍ଧ୍ୟାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମରେ ସନ୍ଧ୍ୟା ଆଳତି ହୋଇଥିଲା |ମଙ୍ଗଳବାର ଦିନ ମହାଷ୍ଟମୀ ଓ ସନ୍ଧିପୂଜା ହେବା ସହ ସନ୍ଧ୍ୟା ଆଳତି ପୁଷ୍ପାଞ୍ଜଳି ହୋଇଥିଲା | ବୁଧବାର ଦିନ ମହାନବମୀ ଦିନ ଚଣ୍ଡୀପାଠ, ସନ୍ଧ୍ୟା ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଞ୍ଚଳବାସୀ ମା ଭଉଣୀ ସଂକୀର୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ମାଙ୍କ ଆଳତି ଦର୍ଶନ କରିବା ସହ କୃପା ଭିକ୍ଷା ଲାଭ କରିଥିଲେ |ଆଜି ଦଶମୀ ତିଥିରେ ମାଙ୍କ କୁମାରୀ ପୂଜା, ଅପରାଜିତା ପୂଜା, ଆଳତି ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ହୋଇଥିଲା | ଚଳିତ ବର୍ଷ ଶ୍ରୀ ତାରିଣୀ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ରୂପେ ରହି ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତା ସହିତ ବଣିକ ସଂଘ ସଭାପତି ଶ୍ରୀ ରବୀନ୍ଦ୍ରନାଥ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ 15 ତମ ଦୁର୍ଗାପୂଜା ଉତ୍ସବ ହୋଇଥିଲା | ବଣିକ ସଂଘର ଉପ ସଭାପତି ଶ୍ରୀ ଦୁଃଖିଶ୍ୟାମ (କୁନା )ପାତ୍ର, ଶ୍ରୀ ଭୈରବ ଘଡ଼ାଇ, ଶ୍ରୀ ମୃତ୍ୟୁଞ୍ଜୟ ପଣ୍ଡା, କାଳୁ ଆଚାର୍ଯ୍ୟ, ଶ୍ରୀ ଭୈରବ ବିଷୋୟୀ, ଶ୍ରୀ ତ୍ରିନାଥ ପ୍ରଧାନୀ, ଶ୍ରୀ ରାମକୃଷ୍ଣ ମହାନ୍ତି ଶ୍ରୀ ମନୋଜ ସାହୁ, ଶ୍ରୀ ନୀଳାଞ୍ଚଳ ପାଣିଗ୍ରାହୀ ଙ୍କ ସହ ଯୁବକ ସଂଘ ସଭାପତି ଶ୍ରୀ ମୁନା ଦଳାଇ ଓ ତାଙ୍କ ସଦସ୍ୟ ବୃନ୍ଦ ଯଥେଷ୍ଟ ସହଯୋଗ କରିଥିଲେ | ସପ୍ତମୀ ତିଥି ଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦାତାମାନଙ୍କ ଦ୍ୱାରା ଖିରି ଖେଚୁଡ଼ି, ପୁଲାରୀଅନ୍ନ, ହାଲୁଆ ଇତ୍ୟାଦି ପ୍ରସାଦ ଭକ୍ତମାନଙ୍କୁ ବଣ୍ଟା ଯାଉଥିଲା | ଶାନ୍ତି ଶୃଙ୍ଖଳା ପାଇଁ ରା ଉଦୟଗିରି ପୋଲିସ ସହଯୋଗ କରିଥିଲେ |ବର୍ଷାର ବିପ୍ତାତ ପରେ ମଧ୍ୟ ଲୋକମାନେ ବହୁ ସଂଖ୍ୟାରେ ଦର୍ଶନ ଲାଭ କରିଥିଲେ |ଚଳିତ ବର୍ଷର ଦୁର୍ଗାପୂଜା ମହାଆଡମ୍ବର ଓ ଏ ଅଂଚଳ ପାଇଁ ଏକ ନିଆରା ଥିଲା ବୋଲି ମତ ପ୍ରକାଶ ପାଇଛି |

By admin

Leave a Reply

Your email address will not be published. Required fields are marked *