ମହେନ୍ଦ୍ରଗଡ଼ରେ ବର୍ଷାର ତାଣ୍ଡବ ।ମହେନ୍ଦ୍ରଗଡ଼ରେ ବର୍ଷାର ତାଣ୍ଡବ ।

ମହେନ୍ଦ୍ରଗଡ଼ରେ ବର୍ଷାର ତାଣ୍ଡବ ।

ରା ଉଦୟଗିରି ତା 02/10/25 ରିଖ(ମନୋଜ ପାଢୀ) ଗୁରୁବାର ଦିନ ଚଳିତ ବର୍ଷ ଦୁର୍ଗାପୂଜା ଉତ୍ସବରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା | ପୂର୍ବ ରାତି ଅର୍ଥାତ 01/10/25 ରିଖ ରାତି 3 ଟା ଠାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା ବେଳେ ସକାଳ 8 ଘ ଠାରୁ ଦିନ 3ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ହୋଇଥିଲା | ଲଗାଣ ବର୍ଷାରେ ବିଶେଷ ଭାବେ ରାସ୍ତା ଘାଟ ଜଳ|ର୍ଣ୍ଣବ ହେବା ସହ ମହେନ୍ଦ୍ରଗଡ଼ ଶଙ୍ଖ ନଦୀ ଉପରେ ପ୍ରାୟ ଛ ଫୁଟ ପାଣି ବହିବା ଫଳରେ ପାଖରେ ଥିବା ମୁନା ପଣ୍ଡାଙ୍କର ବେଲଡ଼ିଙ୍ଗ ଦୋକାନ ଭିତରେ ପାଣି ପଶି ଯାଇଥିଲା ଏବଂ ରାସ୍ତାରେ ଏଭଳି ପାଣି ବହୁଥିଲା ଯେପରିକି ଏକ ନଦୀର ଭ୍ରମ ସୃଷ୍ଟି ହେଉଥିଲା | କେନାଲ ଓ ନାଳ ଗୁଡିକ ସଫା ହେଉ ନ ଥିବା ଯୋଗୁଁ ରାସ୍ତାରେ ପାଣି ଆସି ଆଦିକନ୍ଦ ରଇତଙ୍କ ବେଲଡ଼ିଙ୍ଗ ଦୋକାନରେ ପାଣି ପଶିଯାଇଥିଲା | ସେହିପରି ଖସଡ଼ା ନଦୀରେ ମଧ୍ୟ ପାଣି ଦୁଇକୂଳ ଲଙ୍ଘି ଯାଉଥିଲା | ଲଗାଣ ବର୍ଷା ଯୋଗୁଁ ମକାଗଛ ଗୁଡିକ ପଡିଯାଇ ଫସଲ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି | ଉଦୟଗିରି ଓ ମହେନ୍ଦ୍ରଗଡ଼ ମଧ୍ୟରେ ଯାତାୟତ ବନ୍ଦ ରହିଛି |ରାସ୍ତାରେ ଯାନବାହାନ ଗୁଡିକ ଅଟକି ରହିଛି | ବର୍ତ୍ତମାନ ସୁଦ୍ଧା ଝିପି ଝିପି ବର୍ଷା ଲାଗିରହିଛି ।

By admin

Leave a Reply

Your email address will not be published. Required fields are marked *