ବୁରଦା ଗ୍ରାମ ଠାରେ ଦଶହରା ଉପଲକ୍ଷେ ବୁରଦା ଗ୍ରାମବାସୀ ଓ ମାଁ ଦୁର୍ଗା ପୂଜା କମିଟି କଂସ ଦରବାରରେ ଅନୁଷ୍ଠିତ ହୋଇଯାଇଛି।ବୁରଦା ଗ୍ରାମ ଠାରେ ଦଶହରା ଉପଲକ୍ଷେ ବୁରଦା ଗ୍ରାମବାସୀ ଓ ମାଁ ଦୁର୍ଗା ପୂଜା କମିଟି କଂସ ଦରବାରରେ ଅନୁଷ୍ଠିତ ହୋଇଯାଇଛି।

ବୁରଦା ଗ୍ରାମ ଠାରେ ଦଶହରା ଉପଲକ୍ଷେ ବୁରଦା ଗ୍ରାମବାସୀ ଓ ମାଁ ଦୁର୍ଗା ପୂଜା କମିଟି କଂସ ଦରବାରରେ ଅନୁଷ୍ଠିତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ ପାଢ଼ୀ)
ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଂଚାୟତ ର ବୁରଦା ଗ୍ରାମ ର କଲ୍ୟାଣ ମଣ୍ଡପ ଠାରେ ବୁରଦା ଗ୍ରାମବାସୀ ଓ ମାଁ ଦୁର୍ଗା ପୂଜା କମିଟି ପକ୍ଷରୁ “କଂସ ଦରବାର” ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୁରଦା ଗ୍ରାମ ର ପ୍ରତିଭାବାନ କଳାକାର ମାନଙ୍କୁ ନେଇ “କଂସ ଦରବାର”ଅନୁଷ୍ଠିତ ହୋଇଥିଲା। ଏଥିରେ ମହାରାଜ କଂସ ଭୂମିକାରେ ଅଭିନୟ କରିଥିଲେ ଗିରିଜ ଶଂକର ପଣ୍ଡା, ମହାମନ୍ତ୍ରୀ ଚିନ୍ମୟ କୁମାର ପଣ୍ଡା ଓ ମୁଖ୍ୟ ସେନାପତି ଜିତେନ୍ଦ୍ର ବେହେରା (ଦିଲୁ), ସ୍ୱସ୍ତିକ୍ ପୁଝାରୀ, ଦିନବାବୁ ଓ ଅନ୍ୟାନ୍ୟ ସମସ୍ତ କଳାକାର ମାନଙ୍କ ଅଭିନୟ ଉଚ୍ଚ କୋଟୀର ହୋଇଥିଲା। ଦର୍ଶକ ମାନେ ଆନନ୍ଦ ର ସହିତ ବିଭୋର ହୋଇ “କଂସ ଦରବାର” କୁ ଉପଭୋଗ କରିବା ସହିତ ପ୍ରଶଂସା କରିଥିଲେ। ଏହି କଂସ ଦରବାର କୁ ନିର୍ଦ୍ଦେଶନା ଦେଇଥିଲେ , ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା ଓ ମଂଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ନିହାରକାନ୍ତି ପଣ୍ଡା ।ଏହି ଅବସରରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଶିଷ୍ଟ ସ୍ବନାମଧନ୍ଯ ବ୍ୟକ୍ତି ଶିକ୍ଷାବିତ୍, ଡାକ୍ତର, ଇଂଜିନିୟର ସମୁହ ଓ କୁନିକୁନି କଳାକାରଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ପୁଷ୍ପମାଲ୍ୟ, ଉପଢ଼ୌକନ, ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। କୋଶଲ ସେନା ସୁଦାମ ପାତ୍ର, ହିମାଂଶୁ ମହାକୁର ଓ ସଦସ୍ୟ, ମାହେଶ୍ଵରୀ ସେନା କୁବେର ମହାକୁର, ଅଜିତ କର୍ଣ୍ଣ ଓ ସଦସ୍ୟ, ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା, ଭବାନୀ ଶଙ୍କର ପାଢ଼ୀ, ଗୋପି ମେହେର, ଘନଶ୍ୟାମ ଅଗ୍ରୱାଲ, ବୈଶାଖୁ ମେହେର ଓ ପ୍ରହଲ୍ଲାଦ ମେହେର ଓ ସଦସ୍ୟ, ଇଂଜିନିୟର ନରେନ୍ଦ୍ର ପଣ୍ଡା, ଡାଃ ଶୁସାନ୍ତ କୁମାର ନାଏକ( ସିଡିଏମଓ ବ୍ରହ୍ମପୁର) କୁମାର ଓ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପଶାୟତ ଓ ଅନ୍ୟାନ୍ୟ ବିଶିଷ୍ଟ ସମାଜସେବୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ କୁଂ ସମ୍ମାନୀତ କରାଯାଇଥିଲା। ଏହି କଂସ ଦରବାର କୁ ବୁରଦା ଗ୍ରାମବାସୀ ଓ ମାଁ ଦୁର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ନିହାରକାନ୍ତି ପଣ୍ଡା ଉପସ୍ଥିତ, ଗ୍ରାମବାସୀ, ଜନସାଧାରଣଙ୍କୁ ଓ ବାଦ୍ୟଯନ୍ତ୍ର ର କଳାକାର ସହଯୋଗୀ ସଦସ୍ଯ ମାନକୁଂ ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *