ବାପ ଘରେ ସ୍ତ୍ରୀ, ଏପଟେ ସ୍ବାମୀ ନେଲେ ଚରମ ନିଷ୍ପତ୍ତି
ଆର,ଉଦୟଗିରି,୨।୧୦(ଗଜପତି): ପାରିବାରିକ ଅଶାନ୍ତିରୁ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ନିକଟ ପଦାଗାଁରେ । ମୃତ ଯୁବକ ଜଣକ ହେଲେ ଜଗନ ରାଉତ। ସୂଚନା ପ୍ରକାରେ, ଗତ କିଛି ଦିନ ହେବ ଜଗନଙ୍କ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଏଥିପାଇଁ ତାଙ୍କ ଧର୍ମପତ୍ନୀ ଗତ କିଛି ଦିନ ତଳେ ନିଜ ବାପ ଘରକୁ ଚାଲିଯାଇଛନ୍ତି। ଆଜି ଗୁରୁବାର ସକାଳେ ଜଗନ ପଦାଗାଁ ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମାହତ୍ୟା କରିଥିବା ଜଣାପଡିଛି। ଖବରପାଇ ଅଡବା ଥାନା ପୋଳିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି ।

