ବରିଷ୍ଠ ନାଗରିକ ଦିବସ ଅବସରରେ ଆଇନ ସଚେତନତା ଶିବିର…..
କନ୍ଧମାଳ -୦୩/୧୦ (ରିପୋର୍ଟ କୁନା ଦିଗାଲ)ଅlନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ ପକ୍ଷରୁସ୍ବେଛାସେବୀ ସଂଗଠନ ସେୟାର ଦ୍ଵାରା ପରିଚାଳିତ ସlର୍ତାଗୁଡ଼ା ସ୍ଥିତ ମହିଳା ଜରା ନିବାସ ଠାରେ ଅନୁଷ୍ଠିତ ହେଇଥିଲା l ଏହି ଶିବିର ରେ ରେଜିଷ୍ଟ୍ରାର ତଥା ଭା ରପ୍ରାପ୍ତ ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରିୟ ରଞ୍ଜନ ଓଝା, ଚିଫ୍ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଦେବ ବ୍ରତ ପ୍ରଧାନ,, ଆଇ ଆଇ ସି ଡି ଏସ ଏସ ଓ ଦିନେଶ କଂହର, ବରିଷ୍ଠ ସମାଜ ସେବୀ ତଥା ନିର୍ଦ୍ଦେଶକ ସେୟାର କରlମତ ଅଲ୍ଲୀ ଖାଁ, ସ୍ବେଛାସେବୀ ସଂଗଠନ ସlଲୁକି ର ସଂପାଦକ,ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇ ବରିଷ୍ଠ ଙ୍କ ପାଇଁ ଥିବା ବିଭିନ୍ନ ଆଇନ ସଂପର୍କରେ ସଚେତନ କରାଇଥିଲେ l ସେ ୟାର ନିର୍ଦେଶକ କରlମତ ଅଲ୍ଲୀ ଖାଁ ଧନ୍ୟ ବାଦ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ସେ ୟାର କର୍ମଚାରୀ, ଡି ଏଲ ଏସ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l

