ପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା କାର ଗାଡିପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା କାର ଗାଡି

ପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା କାର ଗାଡି ଆର,ଉୟଗିରି, ୨।୨୫ (ମନୋଜ ପାଢୀ) କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲ୍ଲା ଆର.ଉଦୟଗିରୀ ଅଞ୍ଚଳରେ ପ୍ରବଳ ବର୍ଷା । ପଟ୍ଟନାୟକ କୋଲନିରେ ଶଙ୍ଖ ନଦୀର ବନ୍ୟା ପାଣି କଲୋନୀ ଭିତରେ ପଶି ଯାଇଛି l ଘରେ ଘରେ ବନ୍ୟା ପାଣି ପଶିି ଯିବା ସହ ସାହି ଦାଣ୍ଡରେ ଥିବା କାର ଗୁଡ଼ିକ ବୁଡି ଯାଇଛି l ସେପଟ ପୋଲ ଉପରେ ଫୁଟେ ଉଚ୍ଚର ପାଣି ପ୍ରବାହିତ ହେଉଛି । ଉଦୟଗିରି ଠାରୁ ରାମଗିରିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ପଡିବା ସହ ପାହାଡ଼ରୁ ଅତଡ଼ା ଖସିଛି। ଖଜୁରୀପଦା ୩୨୬ ଜାତୀୟ ରାଜପଥରେ ୨ ଫୁଟ୍‌ର ପାଣି , ଛେଳିଗଡ଼ ପଞ୍ଚାୟତର ଡେଙ୍ଗା ଆମ୍ବ ନିକଟରେ କଲଭର୍ଟଟି ଭୁଶୁଡି ପଡିଛ। ମହେନ୍ଦ୍ରଗଡ଼ର ଲବାର ସିଂ ଠାରେ ଏକ ଘର ଭୁଶୁଡିପଡ଼ିଛି । ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ଜାତୀୟ ରାଜପଥ ରାସ୍ତା ଉପରେ ତିନି ଫୁଟ୍‌ର ପାଣି ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଲୋକେ ଅଭିଯୋଗ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *