ସେମିଳିଗୁଡା ବିକାଶ ପରିଷଦ ତରଫରୁ ଓପିଏସସି ପାଇଥିବା ତିନିଜଣ ସମ୍ବର୍ଦ୍ଧିତ।
ସେମିଳିଗୁଡା.ତାରିଖ ୧-୯-୨୦୨୫-ସେମିଳିଗୁଡା ବିକାଶ ପରିଷଦ ତରଫରୁ ନିକଟରେ ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ତିନିଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସେମାନେ ହେଲେ ଅଭିଷେକ ବାବୁ ପେଟିଆ,ପୂଜା ଯୋଷୀ,ସୌମ୍ୟରଞ୍ଜନ ସାହୁ ।ତନ୍ମଧ୍ୟରୁ ପୂଜା ଭିନ୍ନକ୍ଷମ ହୋଇ ମଧ୍ଯ ନିଜ ଅଧ୍ୟବସାୟ ବଳରେ କୃତକାର୍ଯ୍ୟ ହୋଇ ପାରିଛନ୍ତି। ତିନିଜଣଙ୍କୁ ବିକାଶ ପରିଷଦ ସଦସ୍ଯମାନେ ଉପଢୌକନ ଓ ଗଛଟିଏ ଲେଖାଏଁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ପରିଷଦର ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,କାର୍ଯ୍ଯକାରୀ ସଭାପତି ରାଜେନ୍ଦ୍ର କୁମାର ପାତ୍ର,ସାଂଗଠନିକ ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ଉପ ସଭାପତି ଅନନ୍ତ ରାମ ମାଟାମନିଜ ନିଜର ବକ୍ତବ୍ଯ ପ୍ରଦାନ କରି ସେମାନଙ୍କୁ ଉସ୍ଚାହିତ କରିଥିଲେ। ସାଧାରଣ ସମ୍ଫାଦକ ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କ ପରିବାର ସଦସ୍ଯ ଉପସ୍ଥିତ ଥିଲେ ଓ ପରିଷଦର ଏତାଦୃଶ ପ୍ରଶଂସନୀୟ କାର୍ଯ୍ଯକୁ ସ୍ବାଗତ କରିଥିଲେ। ଭବିଷ୍ୟତରେ ଓଡିଶାର ବିକାଶ ପାଇଁ କାର୍ଯ୍ଯ କରିବେ ବୋଲି ଅଭିଷେକ,ସୌମ୍ୟରଞ୍ଜନ ଓ ପୂଜା କହିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଓସ ଶାନ୍ତି ପରିବାରର ଭଉଣୀମାନେ,ବରିଷ୍ଠ ସାମ୍ବାଦିକ ମନୋଜ ପଟ୍ଟନାୟକ,କୃତ୍ତିବାସ,ପୁରେନ୍ଦ୍ର ବାରିକ,ଶେଖ ଇବ୍ରାହିମ ଓ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

