ସ୍ବାମୀ ଥିଲେ ଓଏଏସ୍ ଏବେ ସ୍ତ୍ରୀ ପାଇଲେ
ଆର,ଉଦୟଗିରି,୨୯/୯(ମନୋଜ ପାଢୀ): ସ୍ବାମୀ ଥିଲେ ଓଏଏସ୍। ଏବେ ସ୍ତ୍ରୀ ପାଇଲେ ଓଏଏସ୍। ଓପିଏସ୍ସି ପରୀକ୍ଷାରେ ୨୩୧ ର଼୍ୟାଙ୍କରେ ସଫଳତା ପାଇଥିବା ଏହି ମହିଳା ଜଣକ ହେଉଛନ୍ତି ଜୟଶ୍ରୀ ଦଳାଇ।ସେ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମର ଅତନୁ ପାତ୍ରଙ୍କ ସ୍ତ୍ରୀ। ଏବେ ଖୋର୍ଦ୍ଧା ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଧିକାରୀ ଭାବେ ଅବସ୍ଥାପିତ ଅତନୁ, ତାଙ୍କ ମା’ବାପା ଜୟଶ୍ରୀଙ୍କ ପାଇଁ ସାଜିଥିଲେ ପ୍ରେରଣା। ପୁଅ ଓଏଏସ ହୋଇଥିବାରୁ ଶାଶୁ ଶ୍ୱଶୁର ଚାହୁଁଥିଲେ ମୋ ବୋହୁ ମଧ୍ୟ ଜଣେ ଓଏଏସ ହୋଇ ଲୋକଙ୍କ ସେବା କରୁ। ସେମାନଙ୍କ ଇଛାକୁ ସଫଳ କରିବାକୁ ଅକ୍ଲାନ୍ତ କରିଶ୍ରମ କରି ସଫଳତା ପାଇଛନ୍ତି ଜୟଶ୍ରୀ। ଏହାର ଶ୍ରେୟ ମଧ୍ୟ ସେ ଶାଶୁ ଶ୍ୱଶୁର ଓ ସ୍ବାମୀଙ୍କୁ ଦେଇଛନ୍ତି।

