ସାପ କାମୁଡାରେ ମହିଳା ମୃତ ।
ଗଜପତି (ମନୋଜ ପାଢୀ): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ନଜରକୁ ଆସିଛି। ସାପ କାମୁଡିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ଝଡା ଫୁଙ୍କାକୁ ବିଶ୍ୱାସ କରିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାଟି ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ବାଲାଜିପୁର ଗ୍ରାମରେ ଘଟିଛି । ଏହି ମୃତ ମହିଳାଙ୍କ ନାମ ଜାନୀ କୁନି (୫୫)ବର୍ଷ। ସେ ଗତ ଶନିବାର ରାତିରେ ଶୋଇଥିବା ବେଳେ ଏକ ସାପ ପ୍ରଥମେ ତାଙ୍କ ହାତକୁ ପରେ ଦୁଇ ଗୋଡ଼କୁ କାମୁଡ଼ି ଦେଇଥିଲା I କୁନି ଚିକ୍ରାର କରିବାରୁ ପରିବାର ବର୍ଗ କୌଣସି ଡାକ୍ତରଖାନାକୁ ନ ନେଇ ନିକଟସ୍ଥ ଅନ୍ଧାରିଝୋଲା ଗ୍ରାମକୁ ଝଡ଼ାଫୁଙ୍କା ପାଇଁ ନେଇଥିଲେ। ଝଡାଫୁଙ୍କା ପରେ ମହିଳା ଜଣକ ଉପଶମ ଅନୁଭବ କରୁଥିବା କହିଥିଲେ. ହେଲେ ପରେ ସକାଳ ୬ ଘଣ୍ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା.ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

