ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଶତବାଷିକୀ ଉଦ୍ଘାଟିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଶତବାଷିକୀ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୋହନା କଲ୍ୟାଣମଣ୍ଡପରେ ଆୟୋଜିତ ମଣ୍ଡସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସଏସ ଓଡିଶା ପୂର୍ବ ପ୍ରାନ୍ତ ସହ ସମ୍ପର୍କ ପ୍ରମୁଖ ତଥା ଡ. ବସନ୍ତ କୁମାର ପତି ଯୋଗଦେଇ ଶହ ବର୍ଷର ଯାତ୍ରାରେ ସଂଘର କାର୍ଯ୍ୟ ଉପରେ କହିଥିଲେ । ୧୯୨୫ ମସିହା ବିଜୟ ଦଶମୀରେ ଆରଏସଏସ ସ୍ଥାପନ ହୋଇଥିଲା ବେଳେ ୨୦୨୬ ବିଜୟା ଦଶମୀରେ ଶହ ବର୍ଷ ପୂତ୍ତି ହେବ । ତେଣୁ ବର୍ଷେ ବ୍ୟାପୀ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଡାକ୍ତର ପତି କହିଛନ୍ତି । ମଣ୍ଡଳ କାର୍ଯ୍ୟବାହ ଚନ୍ଦନ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଡାକସେବ ଅଧିକାରୀ ସୁଶାନ୍ତ ସାହୁ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଧର୍ମ ଜାଗରଣ ପ୍ରମୁଖ ପ୍ରଶାନ୍ତ ସୁବୁଦ୍ଧି, ଜିଲ୍ଲା ପ୍ରଚାର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟକତ୍ତା ବାଳକୃଷ୍ଣ ମଲ୍ଲିକ ଓ ସୁବାସ ଗମାଙ୍ଗ ପରିଚାଳନା କରିଥିଲେ । ସେହିପରି ଚାନ୍ଦିପୁଟ ଓ ଜିରାଙ୍ଗରେ ମଧ୍ୟ ମଣ୍ଡଳସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

