ବିନା ଜିଏସଟିରେ ସୁନା କାରଵାରକୁ ନେଇ ପୋଲିସର ପର୍ଦାଫାଶ:1 ଲକ୍ଷ 62 ହଜାର ଟଙ୍କା ଜରିମାନା ଆଦାୟ ।ବିନା ଜିଏସଟିରେ ସୁନା କାରଵାରକୁ ନେଇ ପୋଲିସର ପର୍ଦାଫାଶ:1 ଲକ୍ଷ 62 ହଜାର ଟଙ୍କା ଜରିମାନା ଆଦାୟ ।

ବିନା ଜିଏସଟିରେ ସୁନା କାରଵାରକୁ ନେଇ ପୋଲିସର ପର୍ଦାଫାଶ:1 ଲକ୍ଷ 62 ହଜାର ଟଙ୍କା ଜରିମାନା ଆଦାୟ ।

ଗଜପତି (ମନୋଜ ପାଢୀ ): ଗଜପତି ଜିଲ୍ଲାରେ ବିନା ଜିଏସଟିରେ ସୁନା କାରବାର ଚାଲୁଥିବା ସ୍ପଷ୍ଟ ହୋଇଛି. ଏହାଦ୍ୱାରା ସରକାରଙ୍କୁ ଜିଏସଟି ବାବଦୀୟ ରାଜସ୍ୱ କ୍ଷତି ହୋଇଛି। ପାରଳାଖେମୁଣ୍ଡି ପୁଲିସ ଏଭଳି ଏକ ଘଟଣାକୁ ଲୋକଲୋଚନକୁ ଆଣି ପାରିଛନ୍ତି. ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଏଭଳି କାରନାମା ଯୋଗୁଁ ଏକ ଲକ୍ଷ 62 ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ପାରଳାଖେମୁଣ୍ଡି ଆଇଆଇସି ସୂଚନା ପ୍ରଦାନ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତିଯେ ଦୈନିକ ବଜାର ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏସ୍‌ଆଇ ପି.ବି. ସ୍ବାଇଁ ଜଣେ ବ୍ୟକ୍ତି ବଜାର ଛକ ଠାରେ ସନ୍ଦେହଜନକ ଭାବେ ଏକ ବ୍ୟାଗ ଧରି ଥିବା ଏକ ଲଜ୍‌କୁ ଯାଉଥିବା ଦେଖି ତଦନ୍ତ ଆରମ୍ଭ କରିଥିଲେ I ଏହି ବ୍ୟକ୍ତି ଜଣକ କଟକ ସହରର ଚାନ୍ଦିନୀ ଚୌକ୍ ଅଞ୍ଚଳର ବାସୁଦେବ କର୍ମକାର ବୋଲି ପରିଚୟ ଦେଇଥିଲେ । ସେ ନିଜକୁ ଜଣେ ସୁନା ଏବଂ ରୂପା ବ୍ୟବସାୟୀ ବୋଲି କହିଥିଲେ I ଶ୍ରୀ କର୍ମକାର କୋଲକାତା ଓ କଟକରୁ ସୁନା ରୂପା ଅଳଙ୍କାର ଆଣି ପାରଳାଖେମୁଣ୍ଡି ସହରର କିଛି ସୁନା ଦୋକାନକୁ ଯୋଗାଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣି ପାରିଥିଲା । ସେ ତାଙ୍କ ପାଖରେ ଥିବା ଅଳଙ୍କାରର ପରିବହନ କିମ୍ବା ବ୍ୟବସାୟିକ କାରବାରକୁ ପ୍ରମାଣିତ କରିପାରିନଥିଲେ। ଏପରିକି କୌଣସି କାଗଜ ପତ୍ର, ବିଲ୍, ଇନଭଏସ୍ କିମ୍ବା ଜିଏସଟି ଆଦି ନଥିଲା I ତାଙ୍କ ହ୍ୟାଣ୍ଡବ୍ୟାଗରୁ ମୋଟ ୬୬.୪୦୦ ଗ୍ରାମ ସୁନା ଅଳଙ୍କାରକୁ ପୋଲିସ ଉଦ୍ଧାର କରିଥିଲେ. ଉକ୍ତ ସୁନା ଅଳଙ୍କାରକୁ ଜବତ କରାଯାଇଥିଲା ଏବଂ ଶ୍ରୀ କର୍ମକାରଙ୍କୁ ଅଧିକ ଯାଞ୍ଚ ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାକୁ ଅଣା ଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପର ସନ୍ଦେହଜନକ ଏବଂ ଆବଶ୍ୟକ ବ୍ୟବସାୟିକ କାଗଜପତ୍ର ନ ଥିବାରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି ଜିଏସଟି ବିଭାଗକୁ ଯୋଗାଯୋଗ କରିଥିଲେ. ପରେ ବ୍ରହ୍ମପୁରର ଜିଏସଟିର ଏନଫୋର୍ସମେଣ୍ଟ୍ ୟୁନିଟ ପହଞ୍ଚି ୧ଲକ୍ଷ ୬୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା I ପାରଳାଖେମୁଣ୍ଡିର କିଛି ଅସାଧୁ ସୁନା ବ୍ୟବସାୟୀ ଜିଏସଟି ଫାଙ୍କିବା ସହ ଗ୍ରାହକଙ୍କ ହଜାର ହଜାର ଟଙ୍କା ଠକି ନେଉଥିବା ସ୍ପଷ୍ଟ ହୋଇଛି।

By admin

Leave a Reply

Your email address will not be published. Required fields are marked *