ଗଜପତିର ଅଗ୍ରଣୀ ‘ସିସିଡ଼ି’ ସ୍ବେଚ୍ଛାସେବୀ ଅନୁଷ୍ଠାନ : ବଣ୍ଟନ କଲେ ପାରମ୍ପରିକ ସଙ୍ଗୀତ ବାଦ୍ୟଯନ୍ତ୍ର ।ଗଜପତିର ଅଗ୍ରଣୀ ‘ସିସିଡ଼ି’ ସ୍ବେଚ୍ଛାସେବୀ ଅନୁଷ୍ଠାନ : ବଣ୍ଟନ କଲେ ପାରମ୍ପରିକ ସଙ୍ଗୀତ ବାଦ୍ୟଯନ୍ତ୍ର ।

ଗଜପତିର ଅଗ୍ରଣୀ ‘ସିସିଡ଼ି’ ସ୍ବେଚ୍ଛାସେବୀ ଅନୁଷ୍ଠାନ : ବଣ୍ଟନ କଲେ ପାରମ୍ପରିକ ସଙ୍ଗୀତ ବାଦ୍ୟଯନ୍ତ୍ର ।

ଗଜପତି (ମନୋଜ ପାଢୀ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଫେମିଲି ଫୋକୋସ ଭିଲେଜ୍ ଡେଭଲପେଣ୍ଟ ପ୍ରୋଗ୍ରାମ ଅଧୀନରେ, ସିସିଡ଼ି ସଂଗଠନ ଲାନ୍ସିର ସହଯୋଗରେ, ସିଙ୍ଗୁଭୂୟାଁ ସାହି, ତଳ ଗଲାଗଣ୍ଡା, ଉପର ଗଲାଗଣ୍ଡା ଓ ଗୁରସାହି ଗ୍ରାମର ସମୁଦାୟଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଣ୍ଟନ କରି ପାରମ୍ପରିକ ସଂସ୍କୃତି ଐତିହ କୁ ବଜାଇରଖିବା ଉଦ୍ଦେଶ୍ୟ ଗାଁର ଯୁବପିଢ଼ୀଙ୍କୁ ସାଂସ୍କୃତିକ ଆଗ୍ରହରେ ପ୍ରେରିତ କରିବା ସହିତ ଲୋକ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ କରିବା ପାଇଁ ପ୍ରୟାସ କରି ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜିରାଙ୍ଗ ସରପଞ୍ଚ ରିସ୍ପା ଭୂୟାଁ କହିଲେ, “ଆମର ପାରମ୍ପରିକ କଳା ଓ ସଙ୍ଗୀତର ସୁରକ୍ଷା କରିବାରୁ ନୂଆ ପିଢ଼ୀ ତାଙ୍କ ମୂଳ, ପରମ୍ପରା ଓ ସାମାଜିକ ପରିଚୟ ସହିତ ଯୋଡ଼ି ରହିବାକୁ ପ୍ରେରଣା ପାଇବେ। ସିସିଡ଼ି ଡାଇରେକ୍ଟର ଏ. ଜଗନ୍ନାଥ ରାଜୁ କହିଛନ୍ତି ଯେ “ଗାଁରେ ପାରମ୍ପରିକ ସଙ୍ଗୀତକୁ ପୁନଃଜୀବନ ଦେବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ, ଯାହା ସାମୁଦାୟିକ ଏକତାକୁ ବଳବତ୍ତ କରିବ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଜିରାଙ୍ଗ ସରପଞ୍ଚ ଋସ୍ପା ଭୂୟାଁ, ଡାଇରେକ୍ଟର ଏ. ଜଗନ୍ନାଥ ରାଜୁ, ପ୍ରୋଗ୍ରାମ୍ ମ୍ୟାନେଜର ବିଜୟ ପ୍ରଧାନ ଓ ପ୍ରୋଜେକ୍ଟ ଅଫିସର ଜୟଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *