ଅଟୋ ସହ ଗୋରୁ ବଝେଇ ମାକ୍ସ ପିକଅପ ମୁହାଁମୁହିଁ ଧକା ଗୋଟିଏ ବଳଦ ମୃତ୍ୟୁ l
ଆର,ଉଦୟଗିରି(ମନୋଜ କମାର ପାଢୀ) – ଅଟୋ ସହ ଗୋରୁ ବୋଝେଇ ମେକ୍ସପିକଅପ ମୁହାଁମୁହିଁ ଧକ୍କା l ଗୋଟିଏ ବଳଦ ମୃତ, ଅଟୋରେ ବସିଥିବା 5 ଜଣ ଯାତ୍ରୀ ଗୁରୁତର ଆହତ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର – ଉଦୟଗିରି ଥାନା ଅନ୍ତର୍ଗତ ଚଡିଆପଦାଗାଁ ନିକଟରେ l ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ନୂଆଗଡ ଗାଁରୁ ମୋଟ 12 ଟି ବଳଦ ଓ ଗାଈକୁ ନେଇ ଏକ ମେକ୍ସ ପିକଅପ ଆର -ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇଗାଁକୁ ଯାଉଥିଲା l ବିପରୀତ ପଟୁ ଚଡିଆପଦା ଗାଁର ନରତୁମ୍ବ ରଇତ ନାମକ ଜଣେ ଯୁବକ ନିଜ ଅଟୋରେ ପରିବାର ଲୋକଙ୍କୁ ଧରି ମହେନ୍ଦ୍ରଗଡ ଠାରୁ ନିଜ ଗାଁକୁ ଫେରୁଥିଲେ l ତେବେ ଚଡିଆପଦା ନିକଟରେ ଭାରସାମ୍ୟ ହରାଇ ଦୁଇଗାଡ଼ି ମୁହଁମୁହିଁ ଧୋକା ହୋଇଥିଲା l ଫଳରେ ମେକ୍ସପିକ ଅପ ଥିବା 12 ଜଣ ବଳଦ ମଧ୍ୟରୁ ଗାଡ଼ିରେ ହିଁ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ଅଟୋରେ ବସିଥିବା 5 ଜଣ ମହିଳା ଓ ପୁରୁଷ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l ଘଟଣାସ୍ଥଳରେ ଗୋରୁ ବଝେଇ ଗାଡିରେ ଡ୍ରାଇଭେର ସମେତ ତିନିଜଣ ବସିଥିବା ବେଳେ 2 ଜଣ ଫେରାର ହୋଇଯାଇଛନ୍ତି ଏବଂ ଜଣକୁ ଅଞ୍ଚଳବାସୀ କାବୁ କରିଛନ୍ତି l ତେବେ ଘଟଣା ସ୍ଥଳରେ ଆର -ଉଦୟଗିରି ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଜଣକୁ ଗୋ ଚାଲାଣକାରୀ ଅଟକ ରଖି ଅଧିକ ତଦନ୍ତ ଚଲାଇଛି l

