ମୋଦୀଙ୍କ ଜନ୍ମ ଦିନ ସେବାପକ୍ଷରେ ସିଆଇଏସଏଫର ରକ୍ତଦାନ ଶିବିର ୫୦ୟୁନିଟ ରକ୍ତ ସଂଗ୍ରହ
ସେମିଳିଗୁଡା.ତାରିଖ ୨୮-୯-୨୦୨୫’ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ଅନୁଷ୍ଠିତ ସେବାପକ୍ଷରେ ସିଆଇଏସଏଫ କମାଣ୍ଡାଣ୍ଟ ସତ୍ଯଦେବ ଆର୍ଯ୍ଯଙ୍କ ନେତୃତ୍ବରେ ନାଲକୋର ସିଆଇଏସଏଫ ଦରବାର ହଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମରେ ଏହି ଶିବିର ଆରମ୍ଭ ହୋଇ କମାଣ୍ଡାଣ୍ଟ ଆର୍ଯ୍ୟଙ୍କ ପତ୍ନୀ ପୁନମ ଆର୍ଯ୍ଯ ପ୍ରଥମେ ରକ୍ତଦାନ କରିଥିଲେ।ଏହାପରେ ସିଆଇଏସଏଫର ମହିଳା ଓ ପୁରୁଷ ମାନେ ରକ୍ତଦାନ କରିଥିଲେ। ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।ଏହି ଶିବିର ଏଫବିଡିଓ ସହଯୋଗରେ ହୋଇଥିଲା।ପ୍ରଦୀପ ତ୍ରପାଠୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

