ଅଂଶୁମାନ ନାହାକ ସର୍ବଭାରତୀୟ ନିଟ ପରୀକ୍ଷାରେ ଉଦୟଗିରି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲେ ।ଅଂଶୁମାନ ନାହାକ ସର୍ବଭାରତୀୟ ନିଟ ପରୀକ୍ଷାରେ ଉଦୟଗିରି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲେ ।

ଅଂଶୁମାନ ନାହାକ ସର୍ବଭାରତୀୟ ନିଟ ପରୀକ୍ଷାରେ ଉଦୟଗିରି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲେ ।

ରା ଉଦୟଗିରି ତା 28/09/25(ମନୋଜ ପାଢୀ) ରିଖ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କ ଏକ ମାତ୍ର ପୁତ୍ର ଅଂଶୁମାନ ନାହାକ ଚଳିତ ବର୍ଷ ସର୍ବଭାରତୀୟ ନିଟ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଫୁଲବାଣୀ ସ୍ଥିତ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି | ତାଙ୍କର ଏ ସଫଳତା ପାଇଁ ମହେନ୍ଦ୍ରଗଡ଼ ଅଞ୍ଚଳରେ ଆନନ୍ଦର ଛାୟା ଖେଳିଯାଇଛି | ମହେନ୍ଦ୍ରଗଡ଼ ଗାଁ ପାଇଁ ସେ ପ୍ରଥମ ଛାତ୍ର ଡାକ୍ତରୀ ପଢିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି |କଠିନ ପରିଶ୍ରମ ଓ ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି ବୋଲି ସେ ପ୍ରମାଣ କରିଛନ୍ତି | ତାଙ୍କର ଏ ସଫଳତା ପାଇଁ ସମସ୍ତ ଗୁରୁଜନ,ପରିବାରବର୍ଗ, ଶିକ୍ଷକବୃନ୍ଦ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି | ତାଙ୍କର ଏ ଶ୍ରେୟ ପିତା ମାତା ଓ ଗୁରୁଜନ ମାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି |

By admin

Leave a Reply

Your email address will not be published. Required fields are marked *