ଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷ‌ରେ ଟଙ୍କାଟିଏ ବି କର ପୈଠ କରିନିଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷ‌ରେ ଟଙ୍କାଟିଏ ବି କର ପୈଠ କରିନି

ଗଜପତିର ୧୭ ପ୍ରକଳ୍ପରୁ ପାଣି ଶୋଷୁଛି ଆନ୍ଧ୍ର, ୩୩ ବର୍ଷ‌ରେ ଟଙ୍କାଟିଏ ବି କର ପୈଠ କରିନି

ଗଜପତି (ମନୋଜ ପାଢୀ) ଗଜପତିର ଜମି, ଜଳ, ଜଙ୍ଗଲ ଉପରେ ସବୁବେଳେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି। ଜିଲ୍ଲା ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜଳକୁ ନେଇ ଅନେକ ବିବାଦ ରହିଛି। ଏପରିକି, ବଂଶଧାରା ଓ ମହେନ୍ଦ୍ରତନୟା ଜଳକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। କିନ୍ତୁ, ଆନ୍ଧ୍ର ନିଜେ ଓଡ଼ିଶା ଚୁକ୍ତି କରି ତାହାକୁ ଖିଲାପ କରି ଚାଲିଥିବା ଦେଖିବାକୁ ମିଳୁଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷ ଜମି ଶସ୍ୟଶ୍ୟାମଳା ହେଉଛି। ବର୍ଷକୁ ତିନିଥର ପନିପରିବା, ଧାନ, ମାଛ ଚାଷ ହେଉଥିବା ବେଳେ ଚୁକ୍ତି ଭିତ୍ତିରେ ଦେବାକୁ ଥିବା ଜଳକର ବାବଦକୁ କିନ୍ତୁ ଟଙ୍କାଟିଏ ବି ଦେଇନାହିଁ।ଜିଲ୍ଲାର ୧୭ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ବର୍ଷତମାମ ଆନ୍ଧ୍ର ପାଣି ନେଉଛି। ଏଥିପାଇଁ ଆର୍ଥିକ ବର୍ଷ ୧୯୮୮-୮୯ରେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଯେଉଁ ପାଣି ଆନ୍ଧ୍ରକୁ ଯାଉଛି, ତା’ର କର ବା ଟିକସ ଦେବା ପାଇଁ ଚୁକ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ଚୁକ୍ତି ମୁତାବକ ଆନ୍ଧ୍ର ଜଳକର ପୈଠ କରୁନାହିଁ। ଆର୍ଥିକ ବର୍ଷ ୨୦୨୧-୨୨ ସୁଦ୍ଧା ମୋଟ ୪ କୋଟି ୩୨ଲକ୍ଷ ୮୧ହଜାର ୨ଶହ ୧୧ଟଙ୍କାର ଜଳକର ଆନ୍ଧ୍ର ଉପରେ ଗଡ଼ୁଛି। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକର ତଥ୍ୟ ନବୀକରଣ ହୋଇନାହିଁ। ବର୍ତ୍ତମାନ ୨୦୨୫ ଚାଲିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର ପୁନଃ ଆକଳନ ହୋଇନାହିଁ।ଉଦ୍‌‌‌ବେଗଜନକ କଥା ହେଲା, ୧୭ ପ୍ରକଳ୍ପ ମଧ୍ୟରେ ବୁରୁଗାମଟେଙ୍କ୍‌, ବୁରୁଗାମନାଳ, ଲକ୍ଷ୍ମୀସାଗର ଓ ରାଧାସାଗର, ଲକ୍ଷ୍ମୀସାଗର ଓ ବୁରୁଗାମଗଡ଼ା ସ୍ଥାନିତ ହୋଇଥିଲେ ମଧ୍ୟ କେତେ ଏକର ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ, ଆନ୍ଧ୍ରକୁ କେତେ ଏବଂ ଓଡ଼ିଶାକୁ କେତେ ଜଳସେଚିତ ହେଉଛି, ତାହାର ତଥ୍ୟ ବିଭାଗ ନିକଟରେ ନାହିଁ।ଏଠାରେ ସୂଚନାଯୋଗ୍ୟ, ଆନ୍ଧ୍ର ବକେୟା ଥିବା ଜଳକରର ତଥ୍ୟ ଓଡ଼ିଶା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ବାରମ୍ୱାର ପଠାଇ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଜଳକର ପୈଠ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ତଥ୍ୟ ଦେଉନଥିବା ଜଣାପଡିଛି।

By admin

Leave a Reply

Your email address will not be published. Required fields are marked *